Latest Odisha News

BREAKING NEWS

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ବୁଲିବ ଠେଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା। ହେଲେ ଏହି ଯାତ୍ରାରେ ଯେପରି କୌଣସି ଅଶ୍ଳୀଳ ନୃତ୍ୟ ନକରାଯିବ ସେନେଇ କୋଠର ବିରୋଧ କରାଯାଉଛି। ଏହି ପରିପ୍ରେକ୍ଷୀରେ ମା’ ବାରଭୂଜାଙ୍କ ପାଖରେ ହେଲା ଠେଙ୍ଗା ପୂଜା। ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀ ମାନେ ଶହେଟି ଠେଙ୍ଗା ପୂଜା କରିଛନ୍ତି।

ଖଣ୍ଡଗିରି କୁମ୍ଭମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି କଲେ ଠେଙ୍ଗା ବୁଲିବ ବୋଲି ବିଧାୟକ କହିଛନ୍ତି। ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ରାଷ୍ଟ୍ର ବିରୋଧୀ । ତେଣୁ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେହି ଯାତ୍ରା ପାର୍ଟିକୁ ଖଣ୍ଡଗିରି ଯାତ୍ରାରୁ ବ୍ୟାନ୍‌ କରାଯିବ ବୋଲି ବିଧାୟକ ଚେତାଇ ଦେଇଛନ୍ତି । କେବଳ ଖଣ୍ଡଗିରିରେ ନୁହେଁ, ସାରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେଠାରେ ବିରୋଧ କରିବ ଠେଙ୍ଗା।

ସେହିପରି ଓଡ଼ିଆ ଅସ୍ମିତା, ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ରଖାଯାଇଛି ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ସୂଚନା ଥାଉକି ଏହି ଯାତ୍ରାକୁ ନେଇ ସୋମବାର ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି। ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କରିଛନ୍ତି ବିଏମସି କମିଶନର। ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକାର ପାଟିଲ। ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି ।

Comments are closed.