Latest Odisha News

BREAKING NEWS

ଭିଜିଲାନ୍ସ ରେଡ୍: ପିଡି ବାବୁଙ୍କ ସହ ୫ ଗିରଫ

ଭୁବନେଶ୍ୱର: ମାଲକାନଗିରି ଭିଜିଲାନ୍ସ ରେଡ୍ ମାମଲାରେ ପିଡି ବାବୁଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଗିରଫ କରାଯାଇଛି।

ସରକାରୀ ଅର୍ଥ ହଡ଼ପରେ ସହଯୋଗ କରି ଆଉ ୪ ଜଣ ଗିରଫ ହୋଇଛନ୍ତି। ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ ଗିରଫ ହୋଇଥିବା ସୂଚନା ରହିଛି। ଶାନ୍ତନୁଙ୍କ ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରିଥିଲା ଭିଜିଲାନ୍ସ। ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ସେପଟେ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ନଗଦ ୨.୬ କୋଟି ଟଙ୍କା ଉଦ୍ଧାର ହୋଇଥିଲା । ଏଥିସହ ୪୨୨ ଗ୍ରାମ୍ ସୁନା ଅଳଙ୍କାର ସହ ୯୧ ଲକ୍ଷ ଡିପୋଜିଟ୍ ମିଳିଥିଲା । କୋରାପୁଟରେ ୬ ହଜାର ସ୍କୋୟାର ଫୁଟ୍ ସ୍ଥାନରେ ତିନି ମହାଲା ବିଶିଷ୍ଟ ଆଲିସାନ ବଙ୍ଗଳା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୪ଟି ଦାମୀ ପ୍ଲଟ, ଗୋଟିଏ କାର, ଦୁଇଟି ବାଇକ୍, ବ୍ୟାଙ୍କ ଡିପୋଜିଟ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

Comments are closed.