Latest Odisha News

ଭୟଙ୍କର ସଡକ ଦୁର୍ଘଟଣା: ବସ୍-ଟ୍ରକ ଧକ୍କାରେ ଚାଲିଗଲା ୪୧ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଅଛନ୍ତି । ମେକ୍ସିକୋର ଟାବାସ୍କୋ ରାଜ୍ୟର ସରକାରଙ୍କ ସୂଚନାନୁସାରେ, ୪୮ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ବସ୍ ରେ ଥିବା ୩୮ଯାତ୍ରୀ ଓ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏଥିସହ ଟ୍ରକ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି । ବସ୍ କ୍ୟାନକନ୍ ଠାରୁ ଟାବାସ୍କୋକୁ ଆସୁଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

ଟାବାସ୍କୋ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର କରାଯାଇଛି। ସୂଚନାମୁତାବକ,ଆବଶ୍ୟକ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ଓ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଇଛି। ଏଥିସହ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ବସ୍ ଅପରେଟର ଟୁର୍ ଏକୋସ୍ଟା ଫେସବୁକରେ ଏକ ପୋଷ୍ଟ  ଜରିଆରେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ଯାହା ଘଟିଛି ସେଥିପାଇଁ ଏହା ଅତ୍ୟନ୍ତ ମର୍ମାହତ । ଟୁର୍ ଏକୋସ୍ଟା ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାର କାରଣ କଣ ଏବଂ ବସ୍ ସ୍ପିଡ୍ ଲିମିଟ ମଧ୍ୟରେ ଯାତ୍ରା କରୁଥିଲା କି ନାହିଁ ଏହାର ଅନୁସନ୍ଧାନ କରୁଛୁ ।

 

Comments are closed.