Latest Odisha News

BREAKING NEWS

୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି

ଅଯୋଧ୍ୟା: ଗତବର୍ଷ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ରାମ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ଭିଡ । ପ୍ରତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ସେପଟେ ପ୍ରୟାଗରାଜରେ ମହାକୁମ୍ଭ ଆଉ ଏପଟେ ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା । ମାଘ ପୂର୍ଣ୍ଣିମାରେ ରାମଲାଲାଙ୍କୁ ଦର୍ଶନ କରି ପ୍ରୟାଗରାଜରେ ବୁଡ ପକେଇବାକୁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ମଧ୍ୟ ନୟାନ୍ତ ହୋଇଗଲାଣି । ଏହାରି ଭିତରେ ଅଯୋଧ୍ୟାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ ଖବର । ଆଜିଠାରୁ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଅଯୋଧ୍ୟାର ସମସ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଆସନ୍ତାକାଲି ମାଘ ପୂର୍ଣ୍ଣିମା, ଏହାକୁ ଦୃଷ୍ଟିରେ ରଖି ୧୪ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅଧିକାରୀ ଚନ୍ଦ୍ର ବିଜୟ ସିଂହ । ଅଯୋଧ୍ୟା ଧାମ ଅଞ୍ଚଳର ସମସ୍ତ ସରକାରୀ, ଅଣ-ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ବୋର୍ଡ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ।

ଅଯୋଧ୍ୟାର ରାମ ମନ୍ଦିର ସକାଳ ୫ଟାରେ ଖୋଲାଯାଏ । ମାତ୍ର ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଭୋର ୩ଟାରୁ ଧାଡ଼ିରେ ଠିଆ ହେଉଛନ୍ତି। ସେପଟେ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଛି ସାଧାରଣ ଦର୍ଶନ । ଅନ୍ୟପଟେ ମହାକୁମ୍ଭ ପାଇଁ ଆହୁରି ୧୬ ଦିନ ବାକି ଥିବା ବେଳେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ରାସ୍ତାରେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ ଜାମ୍ ଯୋଗୁଁ ମହାକୁମ୍ଭ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁ ଜାତୀୟ ରାଜପଥରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଯୋଗୁଁ ଯାନବାହାନ ଆଗକୁ ଯାଇପାରୁନାହିଁ। ସରକାରଙ୍କ ଅନୁଯାୟୀ, ଗତ ୨୭ ଦିନରେ ୪୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି।

Comments are closed.