Latest Odisha News

BREAKING NEWS

କପ୍ତାନ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ଭାରତ ୬ ୱିକେଟରେ ଜିତିଲା ପ୍ରଥମ ଟି-୨୦

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୬ ଓିକେଟରେ ପରାସ୍ତ କରିଛି । ଭାରତ ଏହି ଟି-୨୦ ମ୍ୟାଚ ଜିତି ୧-୦ ରେ ଅଗ୍ରଣୀ ହାସଲ କରିଛି ।

ୱେଷ୍ଟଇଣ୍ଡିଜର ୨୦୭ ରନ ଜବାବରେ ଭାରତୀୟ ଟିମ୍ ୧୮.୪ ଓଭରରେ ୪ଟି ୱିକେଟ ହରାଇ ୨୦୯ ରନ କରି ବିଜୟ ହାସଲ କରିଛି ।

କପ୍ତାନ କୋହଲୀ ମାତ୍ର ୫୦ଟି ବଲ ଖେଳି ୬ଟି ବିଶାଳ ଛକା ଏବଂ ୬ଟି ଦମଦାର୍ ଚୌକା ସହିତ କରିଛନ୍ତି ୯୪ ରନ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ସହିତ ଓପନିଂ ସମ୍ଭାଳିଥିବା କେଏଲ ରାହୁଲ ୬୨ ରନ ଏବଂ ରିଷଭ ପନ୍ଥ ୯ଟି ବଲରେ ୧୮ ରନ କରିପାରିଥିଲେ ।

Leave A Reply

Your email address will not be published.