ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଶିଡି ପାଇଁ ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ । ଆସନ୍ତୁ ଜାଣିବା ଘରର ଶିଡି କିପରି ହେବା ଆବଶ୍ୟକ ।
-ଶିଡ଼ି ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଶୁଭ । ଏହି ଦିଗରେ ଘରର ଶିଡି ଥିଲେ ଘରେ ସୁଖଶାନ୍ତି ବଢିଥାଏ। ଘରର ପ୍ରଗତି ହୋଇଥାଏ।
– ଘରେ ୩, ୫, ୭, ୯, ୧୧, ୧୩, ୧୫, ୧୭, ୨୩, ୨୯ ସଂଖକ ପାହାଚ ରଖନ୍ତୁ ନାହିଁ ।
-ଘରର ଶିଡି ଐଶାନ୍ୟ କୋଣରେ ନିର୍ମାଣ କରନ୍ତୁ ନାହିଁ । ଏହା ଦ୍ବାରା ଅର୍ଥହାନି, ସ୍ବାସ୍ଥ୍ୟ ସମସ୍ୟା , ଚାକିରି ଏବଂ ବ୍ୟବସାୟରେ ବାଧା ସୃଷ୍ଟି ହୋଇଥାଏ ।
-ପାହାଚ ସବୁବେଳେ ପ୍ରଶସ୍ତ ହେବା ଉଚିତ। ସଙ୍କୀର୍ଣ୍ଣ ଶିଡି ପ୍ରତିବନ୍ଧକ ସୃଷ୍ଟି କରେ।
-ଶିଡି ପଥର, କାଠର ହେବା ଉଚିତ୍।
-ପାହାଚର କଣ ଭାଙ୍ଗି ନଥିବ ଓ ସମସ୍ତ ପାହାଚ ସର୍ବଦା ସମାନ ହେବା ଉଚିତ୍।
-ଘରର ଦକ୍ଷିଣ ପୂର୍ବରେ ଶିଡି ନିର୍ମାଣ ଦ୍ବାରା ପିଲାମାନଙ୍କର ସ୍ବାସ୍ଥ୍ୟ ଖରାପ ହୁଏ ।
-ଶିଡି ତଳେ ବାଥରୁମ୍ ଥିଲେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡିଥାଏ।
Comments are closed.