ଭୁବନେଶ୍ବର: ଆପଣଙ୍କ ବିବାହରେ ବିଳମ୍ବ ହେଉଛି ବା କୌଣସି ବାଧା ଉପୁଜୁଛି , ତେବେ ଏହି ମହାଶିବରାତ୍ରୀରେ ମହାଦେବଙ୍କ ଉପାସନା କରନ୍ତୁ । ବିବାହର ଯୋଗ ଫିଟିବା ସହ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ମହାଶିବରାତ୍ରିରେ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ନିଜର ମନୋସ୍କାମନା ପୂରଣ ପାଇଁ ଉପବାସରେ ରହିବା ସହ ଉଜାଗର ରହି ଦୀପ ଜାଳନ୍ତୁ ।
ବିବାହରେ ବାଧା ଆସୁଛି ତେବେ ମହାଶିବରାତ୍ରି ଦିନ ରୁଦ୍ରାଭିଷେକ କରନ୍ତୁ। ଏହା କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୁଏ । ଏଥିସହ ମହାଶିବରାତ୍ରି ଦିନ ମା ପାର୍ବତୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରନ୍ତୁ ଏବଂ ମାଙ୍କ ପୂଜା କରନ୍ତୁ। ଫଳରେ ବିବାହରେ ଉପୁଜୁଥିବା ବାଧା ଦୂର ହୋଇଥାଏ ।
ଏହି ଦିନ ଭଗବାନ ଶିବଙ୍କ ସମ୍ମୁଖରେ ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ତାଙ୍କର ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ସମ୍ପର୍କରେ ଦେଖାଯାଉଥିବା ତିକ୍ତତା ଦୂର ହେବ ।
ମହାଶିବରାତ୍ରି ଦିନ ଓମ୍ ଗୌରୀ ଶଙ୍କରାୟ ନମଃ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୁଏ ।
Comments are closed.