Latest Odisha News

BREAKING NEWS

42 ଦିନରେ 25 କେଜି ଓଜନ କମାଇ ଦେଲେ ଡାକ୍ତର, ପାଇଲେ ବଡ଼ ଆୱାର୍ଡ

ନୂଆଦିଲ୍ଲୀ: ଚୀନର ଜଣେ ଡାକ୍ତର ନିଜର ଫିଟନେସ ଯାତ୍ରା ପାଇଁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। 31 ବର୍ଷୀୟ ଡାକ୍ତର ୱୁ ତିୟାନଜେନ ଝୋଙ୍ଗନାନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ସେ 42 ଦିନରେ 25 କିଲୋ ଓଜନ କମ କରି ପ୍ରତିଷ୍ଠିତ ବଣ୍ଡବିଲିଂ ପ୍ରତିଯୋଗତାରେ କମାଲ କରିଛନ୍ତି।

ସାଉଥ ଚାଇନା ମର୍ଗିନ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଡାକ୍ତର ୱୁ ତିୟାନଜେନ ମାତ୍ର 42 ଦିନରେ ଆଶ୍ଚର୍ଯ୍ୟ ଭାବେ 25 କେଜି ଓଜନ କମ ଏକ କରିଛନ୍ତି। ଆଉ ଏହି ଫିଟନେସ୍ ପ୍ରତିଯୋଗିତାରେ ଜଣେ ଡାକ୍ତରଙ୍କ ଏ ପ୍ରକାର ଉଦ୍ୟମ ପାଇଁ ପୁରସ୍କାର ଜିତିଥିବାରୁ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଏମିତିକି କୁହାଯାଉଛି ଯେ ଡକ୍ଟର ୱୁ (ଯିଏ ନିଜେ ମେଦବହୁଳତା ସହ ସଂଘର୍ଷ କରୁଥିଲେ) ନିଜ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଥିଲେ। 2023 ମସିହାରେ, ସେ ସାମାନ୍ୟ ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କର ଓଜନ 97.5 କିଲୋଗ୍ରାମରେ ପହଞ୍ଚିଥିଲା । କ୍ରମାଗତ ଭାବେ ବସି ରହି କାର୍ଯ୍ୟ କରିବା ହେତୁ, ତାଙ୍କର ଓଜନ ଦ୍ରୁତ ଗତିରେ ବଢ଼ିଥିଲା। ଏହି କାରଣରୁ ସେ ଚିନ୍ତିତ ହୋଇ ନିଜ ଫିଟନେସ୍ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।

ୱୁ ତିୟାନଜେନ ପେସାଦାର ଫିଟନେସ୍ ଆଥଲେଟ୍। ସେ ଆଇଏଫବିବି ୱାର୍ଲ୍ଡ ଫିଟ୍ ମଡେଲ୍ ଚାମ୍ପିଅନ୍, ଶି ଫ୍ୟାନଙ୍କୁ ତାଙ୍କ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଥିଲେ। ମିଳିତ ଭାବେ ସେମାନେ ଏକ କଠୋର ଯୋଜନା ପ୍ରସ୍ତୁତ କଲେ, ଯେଉଁଥିରେ  ପ୍ରତିଦିନ 2 ଘଣ୍ଟା ବ୍ୟାୟାମ ଏବଂ ଅତି କମରେ 6 ଘଣ୍ଟା ଶୋଇବା ବାଧ୍ୟତାମୂଳକ କରାଯାଇଥିଲା । ପ୍ରତିଯୋଗିତା ଯେତିକି ପାଖେଇ ଆସୁଥିଲା, ୱୁ ତାଙ୍କ ପ୍ରଶିକ୍ଷଣକୁ ଦିନକୁ ଚାରି ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇଥିଲେ। ପ୍ରଶିକ୍ଷକ ଶି ଫ୍ୟାନଙ୍କ ଅନୁଯାୟୀ, ୱୁଙ୍କ ଟ୍ରେନିଂ ସ୍ପିଡ୍ ଅନେକ ପେସାଦାର ଆଥଲେଟଙ୍କ ତୁଳନାରେ ଅଧିକ ଥିଲା।

Comments are closed.