Latest Odisha News

BREAKING NEWS

ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଘର ଓ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଶେଷରେ ଶନିବାର ଦିନ ଆଖି ବୁଜିଛନ୍ତି। ଗତ ଗୁରୁବାର ଦିନ ତାଙ୍କୁ ଅପରାଧୀ ମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀର ସଫଦରଞ୍ଜଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୀଡ଼ିତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିବାରକୁ ଘର ଯୋଗାଇ ଦିଆଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା ମିଳିଛି ।

ଏହାସହ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉନ୍ନାଓ ପିଡୀତାଙ୍କ ସହ ପୂର୍ବରୁ ବଳାତ୍କାର ହୋଇଥିବା ବେଳେ ଘଟଣା ଦିନ ସେ କୋର୍ଟରେ ଚାଲିଥିବା ତାଙ୍କ ବଳାତ୍କାର ମାମଲାର ଶୁଣାଣି ପାଇଁ ଯାଉଥିଲେ।

ଟ୍ୱବବ ଏହି ସମୟରେ ତାଙ୍କୁ ୫ଜଣ ବ୍ୟକ୍ତି ଉଠେଇ ନେଇଥିଲେ । ଏହି ୫ ଜଣଙ୍କ ମଧ୍ୟରେ ପୀଡ଼ିତା ଅଭିଯୋଗ କରିଥିବା ୨ ବଳାତ୍କାରୀ ମଧ୍ୟ ସାମିଲ ଥିଲେ ।

ସେମାନେ ପିଡୀତାଙ୍କ ସହିତ ମାରପିଟ୍ ପରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ତାଙ୍କୁ ବିମାନ ଯୋଗେ ଆଣି ନୂଆଦିଲ୍ଲୀସ୍ଥିତ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.