ଯାଜପୁର: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏହି ଅଘଟଣ ଘଟିଛି। ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।
ସୂଚନା ମୁତାବକ ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା।
ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ରଥର ଅଧିକାଂଶ ଅଂଶ ଜଳି ଯାଇଥିଲା ।
Comments are closed.