Latest Odisha News

BREAKING NEWS

ପୂର୍ବ ସରକାରଙ୍କୁ ଟାର୍ଗେଟ, ୫-ଟି ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ। ପୂର୍ବ ସରକାରରେ ଥିବା ୫-ଟି ର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କଲେ ଟାର୍ଗେଟ।

ମନ୍ତ୍ରୀ କହିଲେ, ବିଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ୍। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ସେହିପରି 5T କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ୍ କଲା, ଟେଣ୍ଡର ହେଲା, କିନ୍ତୁ ୱାର୍କ ଅର୍ଡର ପରେ ପଇସା ନାହିଁ ବୋଲି କହିଲା ପୂର୍ବ ସରକାର।

ରିଲିଫ୍ ଫଣ୍ଡରେ ଯେତିକି ଟଙ୍କା ନାହିଁ, ତା’ଠୁ ଅଧିକ ଘୋଷଣା କରିଥିଲେ ପୂର୍ବତନ ସରକାର। ସୂଚନାଯୋଗ୍ୟ, ସ୍ବେଚ୍ଛାକୃତ ଅବସର ପରେ ସେତେବେଳେ ଭି.କେ. ପାଣ୍ଡିଆନଙ୍କୁ 5Tର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ସେ ସିଧାସଳଖ ତତ୍‌କାଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନବୀନଙ୍କ ବ୍ୟକ୍ତିଗତ ସଚିବ ବି ଥିଲେ। ୨୦୦୦ ବ୍ୟାଚ୍‌ର ଏହି ଆଇଏଏସ ଅଫିସର ମୟୂରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ମଧ୍ୟ ଥିଲେ।

Comments are closed.