ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୬୦ ରନ୍ର ବୃହତ ବ୍ୟବଧାନରେ ହରାଇଛି। ଏହି ପରାଜୟ ପରେ ଭାରତ ବିପକ୍ଷରେ ପାକିସ୍ତାନର ମୁକାବିଲା କର ବା ମର ଭଳି ହେବ। ପାକିସ୍ତାନୀ ଟିମର ଫର୍ମ ଦେଖି ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର।
ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ଯେକୌଣସି ମୂଲ୍ୟରେ ଭାରତ ବିପକ୍ଷରେ ଜିତିବାକୁ ପଡିବ ବୋଲି ଆଶାବାଦୀ। ଏକ ଭିଡିଓରେ ସୋ କହିଛନ୍ତି ଯେ ଏବେ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଦଳ ବହୁତ ଶକ୍ତିଶାଳୀ। ଭାରତୀୟ ଦଳକୁ ପରାସ୍ତ କରିବା କଷ୍ଟକର ମନେହୁଏ ତଥାପି ମୋ ଶୁଭେଚ୍ଛା ପାକିସ୍ତାନୀ ଦଳ ସହିତ ଅଛି।
ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଭିନ୍ନ କ୍ରିକେଟ ଖେଳୁଛି। ପାକିସ୍ତାନର କ୍ରିକେଟ ବିଶ୍ୱର ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଦଳ ଏକ ଭିନ୍ନ ପ୍ରକାରର କ୍ରିକେଟ ଖେଳୁଛି। ସେମାନଙ୍କ ଟିମରେ କୌଣସି ଦମଦାର ଖେଳାଳି ନାହାଁନ୍ତି। ଖେଳାଳିମାନଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ଯ ବହୁତ କମ୍। ଏପରିକି ସେମାନେ ୧୦୦ ଷ୍ଟ୍ରାଇକ୍ ରେଟରେ ଖେଳିପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.