Latest Odisha News

BREAKING NEWS

‘ଭଗବାନ ଚାହିଁଲେ ବି ବଦଳାଇ ପାରିବେନି ବେଙ୍ଗାଲୁରୁ ସ୍ଥିତି’- କହିଦେଲେ ଶିବ୍ କୁମାର

ବେଙ୍ଗାଲୁରୁ: ଦିନକୁ ଦିନ ଅତିଷ୍ଟ ହେବାରେ ଲାଗିଛି ବେଙ୍ଗାଲୁରୁ ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଏବେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଏକ ଅଭିଭାଷଣରେ କହୁ କହୁ ଶିବ କୁମାର କହିଦେଇଥିଲେ ଯେ, ଭଗବାନଙ୍କ ଦୈବୀ ହସ୍ତକ୍ଷେପ ପରେ ବି ରାତାରାତି ବେଙ୍ଗାଲୁରୁର ବଢ଼ୁଥିବା ଟ୍ରାଫିକ୍ ଏବଂ ଭିତ୍ତିଭୂମି ସମସ୍ୟାର ସମାଧାନ କରାଯାଇପାରିବ ନାହିଁ । ଯାହାକୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରିଥିବା ବେଳେ, ବିଳମ୍ବିତ ପ୍ରକଳ୍ପ ଏବଂ ନିରନ୍ତର ଟ୍ରାଫିକ୍ ସମସ୍ୟା ପାଇଁ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କୁ ନିନ୍ଦା କରିଥିଲେ ।

ତେବେ ଶିବ୍ କୁମାର କହିଥିଲେ, ବେଙ୍ଗାଲୁରୁକୁ ଦୁଇ କିମ୍ବା ତିନି ବର୍ଷ ମଧ୍ୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ । ଭଗବାନ୍ ବି ତାହା କରିପାରିବେ ନାହିଁ । ସଠିକ୍ ଯୋଜନା କରାଯାଇ ଭଲ ଭାବରେ କାର୍ଯ୍ୟକାରୀ ହେଲେ ହିଁ ଏହାକୁ ପରିବର୍ତ୍ତନ କରାଯାଇପାରିବ ।

ତେବେ ଗତ କିଛି ଦିନ ହେବ ବେଙ୍ଗାଲୁରୁ ବାସିନ୍ଦା ଏବଂ ନଗର ଯୋଜନାକାରୀମାନେ ଟ୍ରାଫିକ୍ ପରିସ୍ଥିତି ଦିନକୁ ଦିନ ବତ୍ତର ହେବା, ମେଟ୍ରୋ ବିସ୍ତାରରେ ବିଳମ୍ବ ଏବଂ ପର୍ଯ୍ୟାପ୍ତ ସାଧାରଣ ପରିବହନକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଏଥିପାଇଁ ସରକାର କାର୍ଯ୍ୟ ଉପରେ ଅଧିକ କ୍ରିୟାଶୀଳ ହୋଇ ଧ୍ୟାନ ଦିଅନ୍ତୁ ବୋଲି ଯୁକ୍ତି ବାଢୁଛନ୍ତି । ସେଭଳି ସ୍ଥଳରେ ନିଜେ ସରକାରରେ ଥାଇ ଶିବ୍ କୁମାରଙ୍କ ଏଭଳି ମନ୍ତବ୍ୟ ଏବେ ବିବାଦ ସୃଷ୍ଟି କରିଛି ।

Comments are closed.