Latest Odisha News

BREAKING NEWS

ବିଧାନସଭାରେ ମାହାଙ୍ଗା ଝଡ, ଅରୁଣ-ସାରଦାଙ୍କ ଭିତରେ କଥା କଟାକଟି

ଭୁବନେଶ୍ଵର: ସରକାରଙ୍କୁ ମହଙ୍ଗା ପଡିଲାଣି ମାହାଙ୍ଗା ପ୍ରସଙ୍ଗ । ବିଧାନସଭାରେ କଥା କଟାକଟି ହେଲେ ଶାସକ ଓ ବିରୋଧି ଗୋଷ୍ଠୀ । ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ବିଧାନସଭା ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ମୁହାଁମୁହିଁ ହୋଇଛନ୍ତି ଅରୁଣ ଏବଂ ସାରଦା ।

ବିଜେଡି ବିଧାୟକ ଅରୁଣ କହିଥିଲେ, ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। ଡିଏସପି ମଧ୍ୟ ମାଡ଼ ଖାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ। କାମ ହୋଇଥିଲେ ବିଲ ଦିଆଯାଉ। ବଜେଟ ତ ଖର୍ଚ୍ଚ ହୋଇନି। ଏତେ ବଡ଼ ବଜେଟ ଆଣିଲେ କ’ଣ ହେବ ବୋଲି ବିଧାୟକ ଅରୁଣ ସାହୁ ବିଧାନସଭାରେ ପ୍ରଶ୍ନ କରିଥିଲେ ।

ବିଜେଡ଼ି ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଯଦି ଦୁର୍ନୀତି ହୋଇଛି, ତାଙ୍କ ଗୋଡ ଉପରକୁ କରିକି ବାଡାଅ । ଏହାସହ ବାଚସ୍ପତି ନିର୍ଦ୍ଦେଶ ଦାବି କରିବା ସହ ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ ବୋଲି କହିଛନ୍ତି ଅରୁଣ ।

ସେପଟେ ଅରୁଣଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କହିଛନ୍ତି ଯେ, କୌଣସି ଠିକାଦାରଙ୍କ ବିଲ୍ ଅଟକ ରଖାଯାଇନାହିଁ । ଯେଉଁ ୪ ଜଣ ବିଜେଡ଼ି ନେତା ମାହାଙ୍ଗା ଯାଇଥିଲେ ସେମାନେ ପରୀ ହତ୍ୟାକାରୀ, ପିଏସଓ ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ ନେତାମାନେ । ସେମାନେ ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ବିଧାୟକ ମାନେ ଯିବାରୁ ଗଣ୍ଡଗୋଳ ହେଲା । ବିଧାୟକମାନେ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିବା ସହ, ଯେଉଁ ୫୦ ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଞ୍ଚାୟତ ପ୍ରତିନିଧି ମାନେ କଣ ଠିକାଦାର ? ବୋଲି ସେ ପ୍ରଶ୍ନ କରିବା ସହ ୪ ଜଣ କଣ ୪୦ଜଣ ଗଲେ ବି ବିନା କାମରେ ବିଲ୍ ପାସ୍ ହେବନି ବୋଲି କହିଥିଲେ ସାରଦା ।

ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ୫ ଦଫା ଦାବି ନେଇ ଧାରଣାରେ ବସିଥିବା ଜନପ୍ରତିନିଧିଙ୍କ ଉପରେ ବିଧାୟକଙ୍କ ସମର୍ଥକମାନଙ୍କ ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ଖଣ୍ଡଯୁଦ୍ଧ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏପରିକି ବିଧାୟକ ସମର୍ଥକମାନଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

Comments are closed.