Latest Odisha News

BREAKING NEWS

ନୂଆଦିଲ୍ଲୀ ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାଣୀ ଝାନ୍ସୀ ରୋଡ ସ୍ଥିତ ଶସ୍ୟ ମଣ୍ଡିରେ ରବିବାର ସାଢେ ୫ ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣା ସ୍ଥଳରେ ୨୫ ରୁ ଅଧିକ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି ।

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଏହି ଅଗ୍ନିକାଣ୍ଡକୁ ନେଇ କହିଛନ୍ତି ଯେ, ସକାଳ ୫ଟା ୨୨ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ନିଆଁ ଲାଗିଥିବା ଘର ଭିତରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରି ଉଦ୍ଧାରକାରୀ ଟିମ୍ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରିଛି।

Leave A Reply

Your email address will not be published.