Latest Odisha News

BREAKING NEWS

ଶୀତଦିନେ ଖାଆନ୍ତୁ ଫୁଲକୋବି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନିଆ ପରିବା ଭାବେ ଫୁଲକୋବିର ଆଦର ଖୁବ୍ ଅଧିକ । ଏହାର ଫାଇଦା ମଧ୍ୟ ଅନେକ । ଏଥିରେ ଭରପୂର ଓ ଭିଟାମିନ୍ ବି ପୋଷକତତ୍ତ୍ବ ଥିବା ଏଇ ପରିବା ଆମ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ପରିବା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପାଶ୍ଚାତ୍ୟ ରାଷ୍ଟ୍ରରେ ଫୁଲକୋବିକୁ ସାଲାଡ୍‌ରେ ବ୍ୟବହାର କରାଯାଇଥାଏ।

ଏହି ପରିବାରେ ଥିବା କ୍ୟାରୋଟିନଏଡ୍ ଓ ଫ୍ଲାବନଏଡ୍‌ ତତ୍ତ୍ବ ଶରୀରର କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ।

ଭିଟାମିନ୍ ସି’ ଭରପୂର ଥିବା ଫୁଲକୋବି ପ୍ରତ୍ୟହ ଖାଇଲେ ହୃଦ୍‌ରୋଗ ହେବାର ଆଶଙ୍କା କମ୍ ହୁଏ।

କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏ। ଫୁଲକୋବିରେ ୯୨% ଜଳ ଥିବାରୁ, ଏହା ଖାଇଲେ ବରଂ ଆମ ଓଜନ ନିୟନ୍ତ୍ରଣରେ ରହେ।

ଫୁଲକୋବିରେ ଥିବା ପୋଷକତତ୍ତ୍ବ କାରଣରୁ ଆମ ସ୍ମୃତି ଶକ୍ତି ବୃଦ୍ଧି ହେବା ସହ ନିଦ ମଧ୍ୟ ଭଲଭାବେ ହୋଇଥାଏ।

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କିମ୍ବା ହାଡ଼ ଦୁର୍ବଳ ଥିଲେ, ପ୍ରତ୍ୟହ ଫୁଲକୋବି ନିଜ ଡାଏଟ୍‌ରେ ସାମିଲ କରାଇବା ଉଚିତ।

Leave A Reply

Your email address will not be published.