Latest Odisha News

BREAKING NEWS

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଚଳଚଞ୍ଚଳ ଲୋକନାଥ ପୀଠ। ଏହି ଗୋଟିଏ ଦିନ ବାବା ଶ୍ରୀ ଲୋକନାଥ ମନ୍ଦିରର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ବର୍ଷସାରା ପାଦୁକ , ଜଳରାଶିରେ ବୁଡି ରହିଥିବାରୁ ଶ୍ରୀଲୋକନାଥଙ୍କ ଦର୍ଶନ ମିଳେନାହିଁ । ତେଣୁ ଏହି ଦିନକୁ ଭକ୍ତମାନେ ଅପେକ୍ଷା କରିଥାନ୍ତି ।

ସୂଚନାମୁତାବକ, ବିଳମ୍ବିତ ରାତି ୧୨ଟା ୩୦ରେ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତୀ, ଅବକାଶ ହୋଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯାଇଛି । ଏହି ମାଘସ୍ନାନ କରାଯିବା ପରେ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ । ଦର୍ଶନ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି୧୦ଟାରୁ ୧୧ଟା ମଧ୍ୟରେ ବଡସିଂହାର ଅନୁଷ୍ଠିତ ହେବ । ପଙ୍କୋଦ୍ଧାର ଏକାଦଶୀରେ ୪,୦୦୦ ସ୍ୱତନ୍ତ୍ର ଦର୍ଶନ ଟିକଟ୍‌ କରାଯାଇଛି। ପ୍ରତ୍ୟେକ ଟିକଟର ଦାମ୍‌ ୧୦୦ଟଙ୍କା ରହିଛି।

ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ତିନିଦିନ ଧରି ଜଳିବ ଜଗତମଙ୍ଗଳ ଜାଗରଦୀପ । ଚଳିତବର୍ଷ ମନ୍ଦିର ସଂଲଗ୍ନ ପାଚେରୀ ନିକଟରେ ଏକ ନୂତନ ପାଦୁକ କୁଣ୍ଡ ନିର୍ମିତ ହୋଇଛି । ବାବାଙ୍କ ଗମ୍ଭୀରାରୁ ବାହାରିଥିବା ପଙ୍କକୁ ଦେହରେ ଲଗାଇଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

 

Comments are closed.