Latest Odisha News

BREAKING NEWS

ମହାଶିବରାତ୍ରି ଉପଲକ୍ଷେ ୧୦୦୮ କେଜି ବୁନ୍ଦି ଲଡୁରେ ତିଆରି ହୋଇଛି ଶିବଲିଙ୍ଗ

ଗୁଣ୍ଟୁର: ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ବୋଲି ପୌରଣିକ ମତ ରହିଛି । ତେବେ ଚଳିତ ବର୍ଷ ମହାଶିବରାତ୍ରି ୨୬ ଫେବୃଆରୀ ଅର୍ଥାତ ଆସନ୍ତାକାଲି (ବୁଧବାର) ଦିନ ପଡୁଛି । ଏଥର ମହାଶିବରାତ୍ରିକୁ ବିଶେଷ ମହତ୍ବପୂର୍ଣ୍ଣ ବିବେଚନା କରାଯାଉଛି । କାରଣ ଏହି ଦିନରେ ଅନେକ ଦୁର୍ଲଭ ଏବଂ ଶୁଭ ସଂଯୋଗ ଘଟୁଛି । ସାରା ଭାରତ ବର୍ଷରେ ମହାଶିବରାତ୍ରିକୁ ଖୁବ୍ ଧୁମଧାମରେ ପାଳନ କରାଯିବ । ଏହି ଅବସରରେ ସାରି ରାତି ଉଜାଗର ରହି ଜାଗର ଦୀପ ଜାଳିବେ ଶ୍ରଦ୍ଧାଳୁ ମାନେ ।

ତେବେ ଚଳିତ ଶିବରାତ୍ରିକୁ ସ୍ବତନ୍ତ୍ର କରିବାକୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୧୦୦୮ କେଜି ବୁନ୍ଦି ଲଡୁରେ ତିଆରି ହୋଇଛି ଶିବଲିଙ୍ଗ । ଏହାର ଲମ୍ବ ୬ ଫୁଟ୍ ଥିବାବେଳେ, ଓସାର ୫ ଫୁଟ୍ ରହିଛି । ସ୍ଥାନୀୟ ପେରେଚାଲା କୈଳାଶଗିରି କ୍ଷେତ୍ରମ ଉତ୍ସବ କମିଟି ପକ୍ଷରୁ ଜାଗର ଯାତ୍ରା ଏହି ବିଶାଳ ଶିବଲିଙ୍ଗ ତିଆରି କରାଯାଇଛି ।

ତେନାଲି ମିର୍ଚି ସ୍ନାକ୍ସ ଟିମ୍ ଏହି ବୁନ୍ଦି ଶିବଲିଙ୍ଗ ତିଆରି କରିଛି । ତେନାଲି ଟାଉନ୍ ସ୍ଥିତ ଚେନୁପେଟ୍ ବଜାରରେ ଏହାକୁ ଲୋକଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି । ଆଉ ପ୍ରଦର୍ଶନ ହେବା ପରେ ଏହାକୁ ଦେଖିବାକୁ ଲାଗିଛି ଲୋକଙ୍କ ପ୍ରବଳ ଭିଡ ଲାଗିଛି ।

Comments are closed.