ସିକାଗୋ: ଆମେରିକାରୁ ଏବେ ଲଗାତାର ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣାର ଖବର ଆସୁଛି । ମଙ୍ଗଳବାର ସକାଳେ ମଧ୍ୟ, ସିକାଗୋ ମିଡୱେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ଧକ୍କାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ବଡ଼ ବିମାନ ଦୁର୍ଘଟଣା ଟଳିଗଲା । ସିକାଗୋର ମିଡୱେ ବିମାନବନ୍ଦରରେ ଅବତରଣ କରିବା ପରେ ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସର ଏକ ବିମାନକୁ ପୁଣି ଥରେ ଉଡ଼ାଣ ଭରିବାକୁ ପଡିଲା । ଏହି ସମୟ ମଧ୍ୟରେ ଆଉ ଏକ ବିମାନ ରନୱେରେ ଆସିବାରୁ ଏହା ଘଟିଥିଲା ।
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ଆମେରିକାର ସ୍ଥାନୀୟ ସମୟ ସକାଳ ପ୍ରାୟ 8ଟା 50 ସମୟରେ ଘଟିଥିଲା । ଭବିଷ୍ୟତରେ ଏପରି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବା ପାଇଁ ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି । ଯଦି ପାଇଲଟ ସମୟ ମଧ୍ୟରେ ନିଜର ବୁଦ୍ଧି ଖଟାଇ ନଥାନ୍ତେ, ତେବେ ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ ହୋଇଥିବା ବିମାନବନ୍ଦର ୱେବକ୍ୟାମ୍ ଭିଡିଓରେ ଦକ୍ଷିଣ-ପଶ୍ଚିମ ବିମାନଟି ଅବତରଣ କରିବା ସମୟରେ ହଠାତ୍ ରନୱେରେ ଆଉ ଏକ ବିମାନ ସାମ୍ନାକୁ ଆସିଯିବାରୁ ହଠାତ୍ ବିମାନଟି ଉଡାଣ ଭରୁଥିବା ଦେଖିବାକୁ ମିଳୁଛି ।
Southwest Airline pilots SAVED THE DAY! Great job going around at the last minute to avoid a collision from a runway incursion. pic.twitter.com/FjzoqIzH73
— Combat Learjet (@Combat_learjet) February 25, 2025
Comments are closed.