Latest Odisha News

BREAKING NEWS

ଅଭିଷେକଙ୍କୁ ଚିହ୍ନ ପାରିଲେନି ଆକ୍ରମ ଆଉ ଚିହ୍ନିଲା ପରେ…

ଦୁବାଇ: ପାକିସ୍ତାନର ମହାନ ପେସ ବୋଲର ୱାସିମ ଆକ୍ରମ ଚଳିତ ଚାମ୍ପିୟନ୍ସ ଟ୍ରଫି ଅବସରରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କୁ ଭେଟିଥିଲେ । ଅବଶ୍ୟ ଆକ୍ରମ ପ୍ରଥମ ସାକ୍ଷାତକାରରେ ଅଭିଷେକଙ୍କୁ ଚିହ୍ନି ପାରି ନ ଥିଲେ । ପରେ ଯେତେବେଳେ ଜାଣିଲେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ତୁମେ ତାହାହେଲେ ଇଂଲଣ୍ଡ ବିପକ୍ଷ ଟି୨୦ରେ ବିସ୍ଫୋରକ ଶତକ ମାରିଥିଲ । ମୁଁ ସେହି ମ୍ୟାଚ ଦେଖିଛି । ତାହା ଏକ ଚମତ୍କାର ଇନିଂସ ଥିଲା । ଏହା ତ ଆରମ୍ଭ । ମୁଣ୍ଡ ତଳକୁ ରଖି ଆଗେଇ ଚାଲ । ଆକ୍ରମ ଓ ଅଭିଷେକଙ୍କ ଏହି ସାକ୍ଷାତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିଷେକଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆକ୍ରମ କହିଛନ୍ତି । ତାଙ୍କ ନିକଟରେ ଅନେକ ପ୍ରତିଭା ରହିଛି । ସେ ଜଣେ ଦକ୍ଷ ଫିଲ୍ଡର ମଧ୍ୟ ଅଟନ୍ତି । ଆକ୍ରମଙ୍କଠାରୁ ପ୍ରଶଂସା ପାଇବା ପରେ ମୋ ମନୋବଳ ବଢ଼ିଛି ବୋଲି ଏହି ଯୁବ ଖେଳାଳି ଜଣଙ୍କ କହିଛନ୍ତି । ଇଂଳଣ୍ଡ ବିପକ୍ଷ ଟି୨୦ ସିରିଜରେ ଅଭିଷେକ ମାତ୍ର ୩୭ ବଲରେ ଶତକ ହାସଲ କରି ନେଇଥିଲେ । ତାଙ୍କୁ ଶାହୀଦ ଆଫ୍ରିଦୀଙ୍କ ସହ ତୁଳନା ମଧ୍ୟ କରାଯାଇଥିଲା ।

Comments are closed.