Latest Odisha News

BREAKING NEWS

ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବ। ଏହି ମାସରେ ବ୍ୟାଙ୍କଗୁଡ଼ିକ ବହୁତ ବ୍ୟସ୍ତ ରହିବେ। ଏହା ପୂର୍ବରୁ ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ। ଆରବିଆଇର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ପୁରା ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ମାର୍ଚ୍ଚରେ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡେ। ତେବେ ବ୍ୟାଙ୍କକୁ ଯିବା ପୂର୍ବରୁ ନିଶ୍ଚିତ ଭାବରେ ଏହି ଛୁଟିଦିନର ତାଲିକା ଯାଞ୍ଚ କରିନିଅନ୍ତୁ ।

କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ

୨ ମାର୍ଚ୍ଚ- ରବିବାର

୫ ମାର୍ଚ୍ଚ- ପଞ୍ଚାୟତିରାଜ ଦିବସ

୭ ମାର୍ଚ୍ଚ- ଚାପଚୁର କୁଟ୍ (ମିଜୋରାମ)

୮ ମାର୍ଚ୍ଚ- ଦ୍ୱିତୀୟ ଶନିବାର

୯ ମାର୍ଚ୍ଚ- ରବିବାର

୧୩ ମାର୍ଚ୍ଚ- ହୋଲିକା ଦହନ

୧୪ ମାର୍ଚ୍ଚ- ହୋଲି

୧୫ ମାର୍ଚ୍ଚ- ୟାଓସାଙ୍ଗର ଦ୍ୱିତୀୟ ଦିନ (ଅଗରତାଲା, ଇମ୍ଫା

୧୬ ମାର୍ଚ୍ଚ- ରବିବାର

୨୨ ମାର୍ଚ୍ଚ- ଚତୁର୍ଥ ଶନିବାର

୨୩ ମାର୍ଚ୍ଚ- ରବିବାର

୨୭ ମାର୍ଚ୍ଚ- ଶବ-ଏ-କଦର

୨୮ ମାର୍ଚ୍ଚ- ଜମାତ ଉଲ୍ ଭିଦା

୩୦ ମାର୍ଚ୍ଚ- ରବିବାର

ତେବେ ମାର୍ଚ୍ଚ ମାସରେ ୫ଟି ରବିବାର ଏବଂ ଦ୍ଵିତୀୟ ଶନିବାର ଓ ଚତୁର୍ଥ ଶନିବାର ପଡୁଛି।

Comments are closed.