Latest Odisha News

BREAKING NEWS

ରାଜଧାନୀରେ ଏଟିଏମ ଲୁଟ୍ ଘଟଣାରେ ୬ ଗିରଫ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ।

ନଗଦ ଟଙ୍କା ସହିତ ଏଟିଏମ୍ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ କ୍ଷତି ୨୩,୪୭,୭୦୦ ଟଙ୍କା ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ୬ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଭିକି ଦେବୀପ୍ରସାଦ ମାଲିଆ (୨୯), ରମାକାନ୍ତ ସାହୁ (୨୦), ସାଗର ସାମଲ (୨୪), ବୀରେନ ରାଉତ (୨୦), ଆକାଶ ମହାପାତ୍ର (୨୭) ଏବଂ ଆକାଶ ମୁଖାର୍ଜୀ (୨୩)।

ପୋଲିସ ଅଭିଯୁକ୍ତମାନଙ୍କଠାରୁ ଅନେକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ମୋଟରସାଇକେଲ ସହ ୧,୬୦,୦୦୦ ଟଙ୍କା ନଗଦ, ହାତୁଡ଼ି, କ୍ଷତିଗ୍ରସ୍ତ ଏଟିଏମ୍ ମେସିନ୍ ଏବଂ ଅପରାଧରେ ବ୍ୟବହୃତ ଏକ ଚୋରି ଅଟୋରିକ୍ସା ଅନ୍ତର୍ଭୁକ୍ତ।

Comments are closed.