Latest Odisha News

BREAKING NEWS

ବିସ୍ଫୋରକ ବ୍ୟାଟ୍ସମ୍ୟାନ କହିଲେ ଦିନିକିଆରେ କୋହଲିଙ୍କ ପରି ଖେଳାଳି ମିଳିବା ସମ୍ଭବ ନୁହେଁ

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅନେକଗୁଡିଏ ଉପଲବ୍ଧି ହାସଲ କରିବେ ବୋଲି ଅନୁମାନ କରାଯାଉଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି ଦିନିକିଆ କ୍ରିକେଟରେ କୋହଲିଙ୍କ ପରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ ମିଳିବା ବହୁତ କଷ୍ଟ । ସେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରି ଚାଲିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ କୋହଲି ୨୯୯ ଦିନିକିଆ ଖେଳିଛନ୍ତି । ୨୮୭ ଇନିଂସରେ ୪୫ ଥର ଅପରାଜିତ ରହି ୧୪,୦୮୫ ରନ କରିଛନ୍ତି ।

ସେ ଦିନିକିଆରେ ପ୍ରଥମ ଖେଳାଳି ଭାବେ ୫୦ରୁ ଊର୍ଦ୍ଧ୍ୱ ଶତକ ହାସଲ କରିଛନ୍ତି । ଏଥିସହ ସେ ୭୩ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ସେ ୭ମ ଭାରତୀୟ ଏବଂ ଓଭରାଲ ୨୨ କ୍ରିକେଟର ଭାବେ ୩୦୦ ଦିନିକିଆ ମ୍ୟାଚ ଖେଳିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଲିଗ ମ୍ୟାଚ ଖେଳାଯିବ ।

Comments are closed.