Latest Odisha News

BREAKING NEWS

ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଭୟ

କଟକ/ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ସୋମବାର ଦିନ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଭାବେ ଦାୟିିତ୍ୱ ଗ୍ରହଣ କରିବାକୁ ସୋମବାର ଦିନ ଅଭୟ ଭୁବନେଶ୍ୱରରେ ପହଞ୍ଚିଛିଥିଲେ । ସେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୋଲିସ ଏକାଡ଼େମୀ (ଏନଏପି)ର ନିର୍ଦ୍ଦେଶକ ପଦବୀରୁ ଅବ୍ୟାହତି ନେବା ପରେ ଆଜି ଓଡ଼ିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଏହି ପଦବୀରେ ପୂର୍ବରୁ ଭାରପ୍ରାପ୍ତ ଡ଼ିଜିପି ଭାବେ ଥିବା ଦାୟିତ୍ୱ ନିର୍ବାହ କରୁଥିବା ସତ୍ୟଜିତ ମହାନ୍ତି ଏହି ଦାୟିତ୍ୱ ଅଭୟଙ୍କୁ ଅର୍ପଣ କରିଛନ୍ତି ।

ଡିସେମ୍ବର ୬ରେ କ୍ୟାବିନେଟ କମିଟିର ନିଯୁକ୍ତି କମିଟିର ସୁପାରିଶ କ୍ରମେ ଗୃହ କମିଟି ଏହି ପ୍ରସ୍ତାବଟିକୁ ମଞ୍ଜୁର କରିଥିଲେ ।

ଆଇପିଏସ ଅଭୟ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ପୋଲିସ ପକ୍ଷରୁ ଏକ ଗାର୍ଡ଼ ଅଫ ଅନର୍ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉତ୍ସବରେ ରାଜ୍ୟର ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.