Latest Odisha News

BREAKING NEWS

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଅଭିନେତା ଅମ୍ଳାନ

କଟକ: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ତଥା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ରବିବାର ଦିନ ଅମ୍ଳାନଙ୍କ ନିର୍ବନ୍ଧ ଶେଷ ହୋଇଛି ।

ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । ସିନେ ଜଗତ ସହ କୌଣସି ସମ୍ପର୍କ ନଥିବା ଭୂମିକାଙ୍କ ଘର କଟକ ସିଡିଏ ସେକ୍ଟେର-୮ ଠାରେ । ରବିବାର ଦିନ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ଭୂମକାଙ୍କ ଘରେ ଦୁହିଙ୍କ ନିର୍ବନ୍ଧ ହୋଇଥିବା ସୂଚନା ମିଳିଛି ।

ଆଗାମୀ ଫ୍ରେବୁଆରୀ ୭ ତାରିଖରେ ଅମ୍ଳାନ ଓ ଭୂମିକାଙ୍କ ବିବାହ ହେବା ନେଇ ଜଣାପଡିଛି ।

ତୁ ମୋ ଦେହର ଛାଇ, ଗୋଲାପୀ, ଗୋଲାପୀ, ତୋର ଦିନକୁ ମୋର ଦିନେ, ଫ୍ରମ ମି ଟୁ ୟୁ ଓ ଚିନି ଭଳି ଲୋକପ୍ରିୟ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ।

ଅମ୍ଳାନଙ୍କ ଆଗାମୀ ସିନେମା ରୁଦ୍ରଲି ଫିଲ୍ମସର ରାଜା ସାହେବ । ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା ।

Leave A Reply

Your email address will not be published.