Latest Odisha News

BREAKING NEWS

ଅସହ୍ୟ ଗରମ, ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର: ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ। ଏବେଠୁ ଜଳିଲାଣି ସମଗ୍ର ଭାରତ। ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୩୯ ଡିଗ୍ରୀ ଛୁଇଁଲା ପାରଦ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।

ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି। ଝାରସୁଗୁଡ଼ାରେ ସ୍ବାଭାବିକ ତାପମାତ୍ରା ଠାରୁ ୪.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪ଡିଗ୍ରୀ ଅଧିକ ରହିଛି। ମାର୍ଚ୍ଚ ୫ ତଥା‌ ବୁଧବାର ଆଜି ମଧ୍ୟ ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିପାରେ। ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରୀ ଭିତରେ ରହିବାର ସମ୍ଭାବନା ରହିଛି।

୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି। ଏଥର ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତି ସହ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଚେତାବନୀ ଦେଇଛି।

Comments are closed.