Latest Odisha News

BREAKING NEWS

ଛୁଟି ତାଲିକାରୁ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର

ଭୁବନେଶ୍ବର: ଛୁଟି ତାଲିକାରୁ ହଟିଲା ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାର ସୋମବାର ମାର୍ଚ୍ଚ ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ମଙ୍ଗଳବାର ରାଜ୍ୟ ସରକାର ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କରି ନେଇଛନ୍ତି ।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ,’ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ଥରରେ ଅସଂହତି ଦୂର କରିବା ପାଇଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ସଂଖ୍ୟା ୩୯୦୫୭, ୩୯୦୭୭, ତା ୧୨.୧୧.୨୪ ରିଖର କ୍ରମିକ ସଂଖ୍ୟା ୪ରେ ପ୍ରକାଶିତ ହୋଇଥିବା ପଞ୍ଚାୟତିରାଜ ଦିବସଟିକୁ ଉକ୍ତ ଛୁଟି ତାଲିକାରୁ ପ୍ରତ୍ୟାହାର କରାଗଲା।’

ସୂଚନା ଅନୁସାରେ, ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିବା ବେଳେ ଗତକାଲି ଅର୍ଥାତ୍ ସୋମବାର ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏଣିକି ପ୍ରତିବର୍ଷ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ । ଜାତୀୟ ଓ ରାଜ୍ୟସ୍ତରରେ ଥିବା ଅସହଂତିକୁ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଆଡ଼ମ୍ବର ସହ ପାଳିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Comments are closed.