Latest Odisha News

BREAKING NEWS

ବିଜୁ ପଟ୍ଟନାୟକ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ। ୧୯୫୨ରୁ ଆରମ୍ଭ ହୋଇଥିବା ଏହି ଆୱାର୍ଡ ଆଗକୁ ବି ଚାଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ ବୋଲି କହିଛନ୍ତି। ଅନ୍ୟପଟେ ଏହି ଅବସରରେ ବିଜୁ ବାବୁଙ୍କ ଜୀବନୀ ସଂପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ସେହିପରି ଗାଁର ବିକାଶ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା କାର୍ଯ୍ୟକାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଜରିଆରେ ବିଜୁ ବାବୁଙ୍କ ଗାଁର ବିକାଶ ସ୍ବପ୍ନ ପୂରଣ ହୋଇପାରିବ। ଅନ୍ୟପଟେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛି ଓଡ଼ିଶା। ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଉଦ୍ୟମକୁ ଆହୁରି ଯୋରଦାର କରାଯାଇ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.