Latest Odisha News

ଏସୀୟ କ୍ରୀଡ଼ା: ଆଜି ‘ମହିଳା ହକି’ରେ ଶକ୍ତିଶାଳୀ ଭାରତ ଭେଟୁଛି ଇଣ୍ଡୋନେସିଆକୁ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଭେଟୁଛି ଆୟୋଜକ ଇଣ୍ଡୋନେସିଆକୁ ।

ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ଏହି ଏସୀୟ କ୍ରୀଡ଼ାରେ ନିଶ୍ଚିତ ରୂପେ ସ୍ୱର୍ଣ୍ଣ ପଦକ ହାସଲ କରିବ ବୋଲି ଭାରତୀୟ କପ୍ତାନ କହିଛନ୍ତି ।

ଗତ ୨୦୧୪ ଏସୀୟ କ୍ରୀଡ଼ାରେ ଏହି ମହିଳା ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଏହି ମହିଳା ଭାରତୀୟ ଦଳରେ ୪ ଜଣ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି । ଓଡ଼ିଶାର ଏହି ୪ଜଣ ଖେଳାଳି ହେଲେ – ଖେଳାଳି ହେଲେ – ନମିତା ଟପ୍ପୋ, ସୁନିତା ଲାକ୍ରା, ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ । ମ୍ୟାଚ୍ ଜିତିବାକୁ ଏହି ୪ଜଣ ଓଡ଼ିଆ ଖେଳାଳିଙ୍କ ଉପରେ ଭାରତୀୟ ଦଳ ବେଶ୍ ନିର୍ଭର କରୁଛି ।

ଆଜି ଭାରତୀୟ ସମୟ ସନ୍ଧ୍ୟା ୬:୩୦ ସମୟରେ ଭାରତ-ଇଣ୍ଡୋନେସିଆ ମହିଳା ହକି ଅନୁଷ୍ଠିତ ହେଉଛି ।

ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହକ୍ରମେ ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଛନ୍ତି ।

Leave A Reply

Your email address will not be published.