ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡିମାନଙ୍କ ମଧ୍ୟରୁ ଶାହିଦ୍ କପୂର ଏବଂ କରୀନା କପୂର ଅନ୍ୟତମ । ସେମାନଙ୍କର ବହୁ ପ୍ରଶଂସିତ ସିନେମା ‘ଜବ୍ ଉଇ ମେଟ୍’କୁ ଏବେ ବି ନିଜ ଭାବନା ସହିତ ଯୋଡନ୍ତି ଫ୍ୟାନ୍ସ । ଆଉ ରିଲ କପଲ୍ ସହ ରିଏଲ କପଲ୍ ଭାବେ ମଧ୍ୟ ଫ୍ୟାନ୍ସଙ୍କ ବେଶ୍ ଚହିତେଦାର ଥିଲେ ଶାହିଦ୍-କରିନା । ହେଲେ ସୋମନଙ୍କର ବ୍ରେକଅପ୍ ପରେ ସେମାନଙ୍କର ମଧ୍ୟରେ ସଂପର୍କ ପୂର୍ବଭଳି ରହିନଥିଲା । କଦବା କୋଚିତ୍ କିମ୍ବା ସନେମା ମାଧ୍ୟମରେ ହିଁ ନଜର ଆସୁଥିଲେ ଉଭୟ । ହେଲେ ଏବେ ପୁଣି ଥରେ ସୋମନଙ୍କୁ ନେଇ ଚର୍ଚ୍ଚା । ପୂର୍ବତନ ପ୍ରେମୀଯୁଗଳ ଶାହିଦ କପୁର ଏବଂ କରୀନା କପୁର ଖାନଙ୍କ ପୁନର୍ମିଳନ ଏବେ ଇଣ୍ଟରନେଟରେ ଚର୍ଚ୍ଚିତ ବିଷୟ ପାଲଟିଛି ।
ଆଇଫା ୨୦୨୫ ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏକାଠି ନଜର ଆସିଥିଲେ କରିନା ଏବଂ ଶାହିଦ୍ । ପୂର୍ବରୁ ସେ ପରସ୍ପର ସହ ଭେଟିଛନ୍ତି । ହେଲେ ଏଥର ଅନ୍ଦାଜ୍ କିଛି ଅଲଗା ଥିଲା ବୋଲି କହି ଅତୀତର ସ୍ମୃତିକୁ ପୁଣି ଥରେ ଜୀବିତ କରିଛନ୍ତି । ଏହାକୁ ନେଇ ଭାଇରାଲ ହେଉଥିବା କ୍ଲିପରେ ଶାହିଦ୍ ଏବଂ କରିନା ଖୁବ ଖୁସିରେ ପରସ୍ପର ସହ ବାର୍ତ୍ତାଳାପ କରୁଥିବାର ନଜର ଆସିଥିଲା । ଯାହା ବୋଧେ ଗତ ୧୦ ବର୍ଷରେ ପ୍ରଥମ ଥର ଏମିତି ନଜର ଆସିଛନ୍ତି ଉଭୟ । ଏହାପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଶାହିଦ୍ ଏବଂ କରିନା । ଯାହାକୁ ନେଇ ଅନେକ ଫ୍ୟାନ୍ସ ଖୁସି ବ୍ୟକ୍ତ କରିଥିଲେ ।
ତେବେ ଏହା ପ୍ରଥମ ଥର ନୁହେଁ, ଶାହିଦ କପୁର ଏବଂ କରୀନା କପୁରଙ୍କ ପୁନର୍ମିଳନ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି । ପୂର୍ବରୁ ଫେବୃଆରୀ ୨୦୨୪ରେ, ଶାହିଦ ଏବଂ କରୀନା ଦୁହେଁ ମୁମ୍ବାଇରେ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାରରେ ନଜର ଆସିଥିଲେ । ରେଡ୍ କାର୍ପେଟରେ, କରୀନା ଶାହିଦଙ୍କ ପାଖ ଦେଇ ଯାଉଥିବା ସମୟରେ ଶାହିଦଙ୍କୁ ଫିଲ୍ମ ନିର୍ମାତା ରାଜ ଏବଂ ଡିକେଙ୍କ ସହିତ ଠିଆ ହୋଇଥିବାର ଦେଖାଯାଇଥିଲା । କିନ୍ତୁ କରୀନା, ତାଙ୍କ କରିନା ଶାହିଦଙ୍କ ସାଥୀଙ୍କ ସହ କିଛି କଥା ହୋଇ ଯାଇଥିବା ବେଳେ, ଶାହିଦଙ୍କୁ ପ୍ରାୟ ଅଣଦେଖା କରିଥିଲେ । ହେଲେ ଏଥର ଉଭୟଙ୍କ ଏଭଳି ପୁନର୍ମିଳନ ପୁଣି ଥରେ ‘ଜବ୍ ଓ୍ବି ମେଟ’ର ସ୍ମୃତିକୁ ଜୀବିତ କରିଛି ।
ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାହିଦ କପୂର । ସେ କହିଛନ୍ତି, ଏହା ଆମ ପାଇଁ କିଛି ନୂଆ ନଥିଲା । ଆଜି ଷ୍ଟେଜରେ ଦେଖାହେଲୁ, ଏମିତି ଆମେ ଏଠି ସେଠି ଅନେକ ସ୍ଥାନରେ ଭେଟ ହେଇଥାଉ । ଯାହା ଆମ ପାଇଁ ସାଧାରଣ । ଯଦି ଲୋକ ଏହାକୁ ନେଇ ଭଲ ଅନୁଭବ କରୁଛନ୍ତି, ତାହେଲେ ଏହା ଭଲ ।
ତେବେ କହିରଖୁଛୁ, କରୀନା କପୁର ଏବଂ ଶାହିଦ କପୁର ପ୍ରଥମ ଥର ପାଇଁ ୨୦୦୪ ମସିହାରେ ‘ଫିଦା’ ସିନେମା ସେଟରେ ଦେଖା ହୋଇଥିଲେ । ଆଉ ଏହାପରେ ପରସ୍ପରକୁ ଡେଟ୍ କରିଥିଲେ । ୨୦୦୭ ପର୍ଯ୍ୟନ୍ତ ଚାଲିଥିଲା ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ପରେ ସିନେମା ‘ଜବ୍ ୱି ମେଟ୍’ ସୁଟିଙ୍ଗ ପୂର୍ବରୁ ସେମାନଙ୍କର ବ୍ରେକଅପ୍ ହୋଇଯାଇଥିଲା । ହେଲେ ଉଭୟ ସେହି ସିନେମାର ସମସ୍ତଙ୍କ ହୃଦୟ ଜିତିଥିଲେ । ଏଥିସହିତ କରୀନା ଏବଂ ଶାହିଦ, ଚୁପ୍ ଚୁପ୍ କେ, ୩୬ ଚାଇନା ଟାଉନ୍ ଏବଂ ମିଲେଙ୍ଗେ ମିଲେଙ୍ଗେ ଭଳି ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ୨୦୧୬ରେ ଦୁହେଁ ‘ଉଡ଼ତା ପଞ୍ଜାବ’ରେ ନଜର ଆସିଥିଲେ ।
ତେବେ ଶାହିଦଙ୍କ ସହ ବ୍ରେକଅପ୍ ପରେ କରୀନା କପୁର ୨୦୧୨ ମସିହାରେ ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ । ଉଭୟଙ୍କର ତୈମୁର ଏବଂ ଜେହ୍ ନାମରେ ଦୁଇଟି ପୁଅ ଅଛନ୍ତି । ଅନ୍ୟପକ୍ଷରେ, ଶାହିଦ କପୁର ମୀରା ରାଜପୁତଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତିଙ୍କ ଝିଅ ମିଶା ଏବଂ ପୁଅ ଜୈନ୍, ଦୁଇଟି ସନ୍ତାନ ରହିଛି ।
Comments are closed.