ଖାଦ୍ୟ ଖାଇବା ପରେ, ଲୋକମାନେ ପ୍ରାୟତଃ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି। ଏହା କୌଣସି ସଂଯୋଗ ନୁହେଁ ବରଂ ଆମ ଶରୀର ଏବଂ ମନର ଏକ ର୍ନିଦ୍ଦିଷ୍ଟ ଆବଶ୍ୟକତା ଏବଂ ଅଭ୍ୟାସର ଏକ ଅଂଶ। ତଥାପି, ଆଜିକାଲି ଲୋକମାନେ ନିଜର ସ୍ବାାସ୍ଥ୍ୟ ପ୍ରତି ବହୁତ ସଚେତନ ହୋଇଗଲେଣି। ପ୍ରକୃତରେ, ପ୍ରତିଦିନ କିଛି ମିଠା ଖାଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ। ଏହି କାରଣରୁ, ଅନେକ ଲୋକ ଏହାର ମୁକାବିଲା ପାଇଁ ସୁସ୍ଥ ବିକଳ୍ପ ଖୋଜନ୍ତି।
ଏହି କ୍ରମରେ, ବିଶେଷଜ୍ଞନୁସାରେ ଲୋକମାନେ ପ୍ରତ୍ୟେକ ଖାଦ୍ୟ ପରେ ମିଠା କାହିଁକି ଚାହାଁନ୍ତି? ଯେତେବେଳେ ଆମ ଶରୀରକୁ ତୁରନ୍ତ ଶକ୍ତିର ଆବଶ୍ୟକତା ପଡ଼ିଥାଏ କାରଣ ହଜମ ଏକ କଷ୍ଟକର କାର୍ଯ୍ୟ ପରେ ପୁଷ୍ଟିକର ପଦାର୍ଥ ଗ୍ରହଣ କରିବା ପାଇଁ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଅନେକ ଲୋକ ଅଭ୍ୟାସରୁ ମିଠା ଖାଇବାକୁ ପସନ୍ଦ କରନ୍ତି। ଏପରି ପରିସ୍ଥିତି ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଆପଣ ବହୁତ ସମୟ ଧରି ଖାଦ୍ୟ ପରେ ମିଠା ଖାଉଛନ୍ତି, ଯାହା ଯୋଗୁଁ ଆପଣଙ୍କ ଶରୀର ସମାନ ଭାବରେ କାର୍ଯ୍ୟ କରିବା ଆରମ୍ଭ କରେ।
ଯଦି ଆପଣ ଅଳ୍ପ ପରିମାଣରେ ମିଠା ଖାଇବା ପରେ ଫୂର୍ତ୍ତି ଏବଂ ସନ୍ତୁଷ୍ଟ ଅନୁଭବ କରନ୍ତି, ତେବେ ଆପଣଙ୍କୁ ଏହା ବିଷୟରେ ଅଧିକ ଚିନ୍ତା କରିବା ଉଚିତ ନୁହେଁ। ଆପଣଙ୍କୁ କେବଳ ଡାର୍କ ଚକୋଲେଟ, ବ୍ଲିସ ବଲ କିମ୍ବା କିଛି ବାଦାମ ଭଳି ସ୍ବାସ୍ଥ୍ୟକର ମିଠା ଖାଇବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମିଠା ପ୍ରତି ଆପଣଙ୍କର ଲାଳସା ଅଧିକ ହେଉଛି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଏହା କାହିଁକି ହେଉଛି ତେବେ ଆସନ୍ତୁ ଜାଣିବା…
ଯଦି ଆପଣ ଦିନସାରା ଠିକ ଭାବରେ ଖାଦ୍ୟ ଖାଉ ନାହାନ୍ତି, ତେବେ ଭୋକ ହରମୋନ ମିଠା ପାଇଁ ଇଚ୍ଛାକୁ ବୃଦ୍ଧି କରିବ। ଏହା ବ୍ୟତୀତ ଆପଣ ସନ୍ତୁଳିତ ଖାଦ୍ୟ ନେଉଛନ୍ତି କି ନାହିଁ? ଆପଣ ଯାହା ବି ଖାଆନ୍ତି ସେଥିରେ ସଠିକ ପରିମାଣର କ୍ୟାଲୋରୀ, ପ୍ରୋଟିନ, ଚର୍ବି ଏବଂ କାର୍ବୋହାଇଡ୍ରେଟ ରହିବା ଆବଶ୍ୟକ। ପ୍ରକୃତରେ, ସନ୍ତୁଳିତ ଖାଦ୍ୟ ଖାଇବା ଦାରା ଖାଦ୍ୟର ଇଚ୍ଛା କମିଯାଏ।
ଦିନର ଯେକୌଣସି ସମୟରେ ମିଠା ଖାବାକୁ ଇଛା ହେଉଛି କି? ଆପଣ କ’ଣ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ସମୟରେ ମିଠା ଖାଇବାକୁ ଚାହାଁନ୍ତି? ଯେତେବେଳେ ଆପଣ ଚାପଗ୍ରସ୍ତ ରୁହନ୍ତି ନା ଅତ୍ୟଧିକ ଖୁସି ହେଲେ ମିଠା ଖାଇବାକୁ ଇଛା ହୁଏ? ପ୍ରକୃତରେ, ଅନେକ ସମୟରେ ଯେତେବେଳେ ଆମେ ଚାପଗ୍ରସ୍ତ କିମ୍ବା ଅତ୍ୟଧିକ କ୍ଳାନ୍ତ ଥାଉ, ଆମର ମସ୍ତିଷ୍କ ମିଠା ଖାଇବାକୁ ଚାହେଁ। ମିଠା ଖାଇବା ଦ୍ୱାରା ଶରୀରରେ ସେରୋଟୋନିନ ନାମକ ଏକ ରାସାୟନିକ ପଦାର୍ଥ ବୃଦ୍ଧି ପାଏ, ଯାହା ମନୋଭାବକୁ ଉନ୍ନତ କରେ ଏବଂ ଆମକୁ ଆରାମଦାୟକ ଅନୁଭବ କରାଏ।
ଏହି ଟିପ୍ସଗୁଡ଼ିକ ଆପଣଙ୍କୁ ଚିନି ଲାଳସା କମ କରିବାରେ ସାହାଯ୍ୟ କରିବ:
ଖାଦ୍ୟ ଖାଇବା ପରେ କିଛି ମିଠା ଖାଇବାର ଇଚ୍ଛା ସମ୍ପୂର୍ଣ୍ଣ ସ୍ବାଭାବିକ। ତଥାପି, ଯଦି ଏହି ଅଭ୍ୟାସ ଅତ୍ୟଧିକ ବୃଦ୍ଧି ପାଏ, ତେବେ ଏହାକୁ ସୁସ୍ଥ ଉପାୟରେ ନିୟନ୍ତ୍ରଣ କରିବା ଲାଭଦାୟକ ହୋଇପାରେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଖାଦ୍ୟ ପରେ ପ୍ରତ୍ୟେକ ଥର ମିଠା ଖାଇବାର ଅଭ୍ୟାସ ହୋଇଯାଇଛି ଏବଂ ଆପଣ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଉପାୟଗୁଡ଼ିକୁ ଚେଷ୍ଟା କରିପାରିବେ:
ଅଧିକ ପାଣି ପିଅନ୍ତୁ: ଅନେକ ସମୟରେ ଶରୀର ଡିହାଇଡ୍ରେଟେଡ ହୁଏ, କିନ୍ତୁ ଆମେ ଏପରି ଅନୁଭବ କରୁ ଯେ ଆମକୁ କିଛି ମିଠା ଖାଇବାକୁ ପଡିବ। ଯଦି ଆପଣଙ୍କୁ ହଠାତ ଚିନି ଖାଇବାକୁ ଲାଳସା ହୁଏ, ତେବେ ପ୍ରଥମେ ଗୋଟିଏ କିମ୍ବା ଦୁଇ ଗ୍ଲାସ ପାଣି ପିଅନ୍ତୁ। ଏହା ଭୋକ ଏବଂ ମିଠା ଖାଇବାର ଇଚ୍ଛା ଉଭୟକୁ କମ କରିପାରିବ।
ପ୍ରାକୃତିକ ଭାବରେ ମିଠା ହୋଇଥିବା ବିକଳ୍ପଗୁଡ଼ିକୁ ବାଛନ୍ତୁ: ଯଦି ଆପଣ ପ୍ରକୃତରେ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି, ତେବେ ଚିନି ବଦଳରେ ସ୍ବାସ୍ଥ୍ୟକର ବିକଳ୍ପଗୁଡ଼ିକୁ ବାଛନ୍ତୁ। ପ୍ରାକୃତିକ ବିକଳ୍ପ ଯେପରିକି ତାଜା ଫଳ, ଖଜୁର, କିସମିସ କିମ୍ବା ଗୁଡ଼ ଚିନିର ଲାଳସାକୁ ପୂରଣ କରିପାରିବ ଏବଂ ଆପଣଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇବ ନାହିଁ।
ନିଜକୁ ବ୍ୟସ୍ତ ରଖନ୍ତୁ: ଅନେକ ସମୟରେ, ମିଠା ପାଇଁ ଆମର ଇଚ୍ଛା ବିରକ୍ତି, ଚାପ କିମ୍ବା ଅଭ୍ୟାସ ଯୋଗୁଁ ହୋଇଥାଏ, ପ୍ରକୃତ ଭୋକ ଯୋଗୁଁ ନୁହେଁ। ଯଦି ଆପଣଙ୍କୁ କୌଣସି କାରଣ ବିନା ମିଠା ଖାଇବାକୁ ଇଚ୍ଛା ହେଉଛି, ତେବେ ନିଜକୁ କୌଣସି କାମରେ ଲଗାନ୍ତୁ। ବୁଲିବାକୁ ଯାଅନ୍ତୁ, ପୁସ୍ତକ ପଢ଼ନ୍ତୁ, ଗୀତ ଶୁଣନ୍ତୁ କିମ୍ବା ଏପରି ଏକ ହବି କରନ୍ତୁ ଯାହା ଆପଣଙ୍କର ଧ୍ୟାନ ମିଠା ଉପରୁ ହଟିଯିବ।
Comments are closed.