Latest Odisha News

BREAKING NEWS

ବଦଳିବ ସ୍ବର୍ଗଦ୍ଵାରର ଚିତ୍ର; ଶବଦାହ ପାଇଁ ହେବ ଅତ୍ୟାଧୁନିକ ବ୍ୟବସ୍ଥା

ପୁରୀ: ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ହେବ ନବକଳେବର । ଏଥିପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଆଜି ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଉଚ୍ଛେଦ କରିଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ ମଧ୍ୟ କରାଯାଇଥଲା।

ପୂର୍ବରୁ ସ୍ୱର୍ଗଦ୍ୱାରର ନବକଳେବର ନିମନ୍ତେ ପାଞ୍ଚ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ମଧ୍ୟ ସ୍ୱର୍ଗଦ୍ୱାରରୁ ହଟିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

” ଏଣିକି ସ୍ୱର୍ଗଦ୍ୱାରରେ ଶବ ବାହକ ଓ ଶବଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନୀକ ବ୍ୟବସ୍ଥା ରହିବ। ଶବ ବାହକମାନଙ୍କ ସୁବିଧା ପାଇଁ ବିଶ୍ରାମକକ୍ଷ ନିର୍ମାଣ ହେବାକୁ ଥିବାବେଳ ସବୁ ସମୟରେ କିଭଳି ଏଠାରେ ସୁବିଧାରେ ଶବଦାହ କରିହେବ ସେନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ଘୋଷଣା କରିଥିଲେ ।

“ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ତି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ। ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.