Latest Odisha News

BREAKING NEWS

ହୁହୁ ହୋଇ ବଢି ଚାଲିଛି ଦର; ପିଆଜମାଳ ପିନ୍ଧି ମନ୍ତ୍ରୀଙ୍କ ଘର ସାମ୍ନାରେ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପିଆଜ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବସଗୃହ ସାମ୍ନାରେ ପିଆଜ ମାଳ ବେକରେ ପକାଇ ପ୍ରତିବାଦ କରୁଥୁବାରୁ ମଙ୍ଗଳବାର ଦିନ ପୋଲିସ ଅନେକ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଅଟକ ରଖିଛି ।

ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକାରୀ ମାନେ ବେକରେ ପିଆଜ ମାଳ ପକାଇ କଂଗ୍ରେସ ଭବନଠାରୁ ମନ୍ତ୍ରୀଙ୍କ ବସଗୃହ ଯାଏଁ “ପିଆଜ କିଲୋ ୧୫୦, ଆପଣ ମାନେ ଖୁସି ତ”? ବୋଲି ନାରା ଦେଉଥିଲେ ।

ମନ୍ତ୍ରୀଙ୍କ ବସଗୃହ ନିକଟରେ ପୋଲିସ କର୍ମୀମାନଙ୍କ ଏହି ଆନ୍ଦୋଳନକୁ ରୋକିବାରେ ସଫଳ ହୋଇଛି ।

ଅନ୍ୟପକ୍ଷରେ “ଦର କମାଇବା ପାଇଁ ସରକାର କିଛି ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.