Latest Odisha News

BREAKING NEWS

ଗୋଟିଏ ଫୋନ କଲରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ, ଜାଣନ୍ତୁ Call Merging Scamରୁ କିପରି ବର୍ତ୍ତିବେ ?

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ପରେ ଏବେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ଯେଉଁଥିରେ ବିନା OTPରେ ବି ଆପଣଙ୍କ ଆଉକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ। ସବୁଦିନ ନୂଆ ନୂଆ ଉପାୟ ଖୋଜୁଛନ୍ତି ସାଇବର ଠକ। ଏବେ ଅପରି ଏକ ନୂଆ ସ୍କାମ୍ ସାମ୍ନାକୁ ଆସିଛି ଯେ ଆପଣଙ୍କ ଘରେ କିଏ ବି ସାଇବର ଠକାମୀର ଶିକାର ହୋଇପାରନ୍ତି। କଲ ମର୍ଜିଂ ସ୍କାମ (Call Merging Scam) ମାଧ୍ୟମରେ ଏକ ସାଧାରଣ ଫୋନ କଲ୍ ମାଧ୍ୟମରେ ଲୋକଙ୍କୁ ଠକାମୀର ଜାଲରେ ଫସା ଯାଉଛି। ଫୋନ ଉଠାଇବା ମାତ୍ରେ ଆପଣଙ୍କ ଆକାଉଣ୍ଟରେ ସବୁ ଟଙ୍କା ଖାଲି ହୋଇଯିବ। ଆଜି ଆମେ ଆପଣଙ୍କୁ କହିବୁ କେମିତି ହୋଇଥାଏ ଏପରି ଠକାମୀ? ଏବଂ ଆପଣ କେମିତି ଏଥିରୁ ବର୍ତ୍ତିପାରିବେ।

OTP- ଆଧାରିତ କାରବାରର ସାଧାରଣ ସୁରକ୍ଷା ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ସ୍କାମରମାନେ ଏକ ଉପାୟ ପ୍ରସ୍ତୁତ କରିଛନ୍ତି । ଏଥିରେ, ଜଣେ ଅପରିଚିତ ବ୍ୟକ୍ତିଙ୍କଠାରୁ ଏକ କଲ ଆସିଥାଏ ଯିଏ କହିଥାଏ ଯେ ସେ ଆପଣଙ୍କର ଜଣେ ବନ୍ଧୁଙ୍କଠାରୁ ଆପଣଙ୍କ ନମ୍ବର ପାଇଛି।  ଆଉ ଆପଣଙ୍କର ବିଶ୍ୱାସ ହାସଲ କରିବା ପାଇଁ କଲ୍ କରୁଥିବା ବ୍ୟକ୍ତି କିଛି ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥାନ୍ତି। ଯେଉଁଥିରୁ ଆପଣଙ୍କୁ ବିଶ୍ୱାସ ହେବ ଯେ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର କେହି ନିକଟତର ବନ୍ଧୁ ବୋଲି।  ଏହା ପରେ ସ୍କାମର୍ କହିଥାଏ ଯେ ଆପଣଙ୍କ ନମ୍ବର ଦେଇଥିବା ବନ୍ଧୁ ଅନ୍ୟ ନମ୍ବରରୁ କଲ୍ କରୁଛନ୍ତି, ସେହି କଲକୁ ମର୍ଜ କରନ୍ତୁ। ଏଇଠି କ’ଣ ହୋଇଥିାଏ, ଆଉପଣଙ୍କୁ ଯେଉଁ ନମ୍ୱରରୁ କଲ ଆସିଥାଏ ଏହା ଅନ୍ୟ କୌଣସି ଲୋକଙ୍କ ଠାରୁ କଲ ଆସିନଥାଏ। ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର OTP ନମ୍ୱର ହୋଇଥାଏ। ଆପଣ ସେହି କଲକୁ ମର୍ଜ କରିବା ପରେ ଆପଣଙ୍କ ବ୍ୟାଙ୍କ, ଓଟିପି କହିଥାଏ, ଏହି ସମୟରେ ସାଇବର ଠକ ଓଟିପି ନମ୍ୱର ଶୁଣିବା ପରେ କଲ କାଟିଦେଇଥାଏ। ଏହାର କିଛି ସମୟ ଭିତରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଥାଏ।

ବର୍ତ୍ତମାନ ସାଇବର ଠକମାନେ ଲିକ୍ ହେଉଥିବା ବିଭିନ୍ନ ଡାଟାବେସ୍, ସୋସିଆଲ ମିଡିଆ କିମ୍ୱା ଫିସିଂ ଆଟାକ୍ ମାଧ୍ୟମରେ ଆପଣଙ୍କ ମୋବାଇଲ ନମ୍ୱର ସହଜରେ ପାଇଯାଉଛନ୍ତି। ଆପଣଙ୍କ ନମ୍ୱର ପାଇବା ପରେ, ଏମାନେ କଲ ମର୍ଜିଂ ସ୍କାମ ଉପାୟ ଆପଣାଉଛନ୍ତି। ନକଲି ୱେବସାଇଟ୍ କିମ୍ବା ଇମେଲ ମାଧ୍ୟମରେ ଆପଣଙ୍କର ଅନେକ ସୂଚନା ଏମାନଙ୍କ ନିକଟରେ ରହିଥାଏ।  ଅନେକ ଲୋକ ଏପରି ଠକାମୀର ସନ୍ଦେହ କରନ୍ତି ନାହିଁ ଏବଂ ସାଇବର ଠକଙ୍କ କହିବା ଅନୁସାରେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ସେୟାର କରିଦେଉଛନ୍ତି।

କେମିତି ଏପରି ଠକାମୀରୁ ରକ୍ଷା ପାଇପାରିବେ

  1. କୌଣସି ବି ସମୟରେ ଅଜଣା ନମ୍ୱର ସହ କଲ ମର୍ଜ କରନ୍ତୁ ନାହିଁ। ଯଦି କେହି କଲ ମର୍ଜ କରିବା ପାଇଁ ଚାପ ପକାନ୍ତି ତେବେ ସିଧା ମନା କରନ୍ତୁ।
  2. ଯଦି ଏପରି କଲ ଆସୁଛି ଆଉ କୁହାଯାଉଛି ମର୍ଜ କରନ୍ତୁ, ସେହି ସମୟରେ ଆପଣ ପ୍ରଥମେ ଏହି କଲକୁ କାଟନ୍ତୁ। ଏହାପରେ ସିଧା ଆପଣଙ୍କ ବନ୍ଧୁଙ୍କ ସହ ସମ୍ପର୍କ କରନ୍ତୁ।
  3. କୌଣସି ଅଜଣା ଲୋକଙ୍କୁ ଆପଣଙ୍କ ଓଟିପି ସେୟାର କରନ୍ତୁ ନାହିଁ। ଯଦି ଆପଣ ଅନଲାଇନ କରାବାର କରୁନାହାନ୍ତି ଆଉ ଆପଣଙ୍କ ନକଟକୁ ଓଟିପି ଆସୁଛି ତେବେ ଏହା ଫ୍ରୋଡ୍ ହୋଇପାରେ।
  4. ଯଦି ଆପଣଙ୍କୁ ଏମିତି ଅଜଣା ନମ୍ୱରରୁ କଲ ଆସୁଛି ଏବଂ ଆପଣ ସନ୍ଦେହ କରୁଛନ୍ତି ଯେ କୌଣସି ଫ୍ରୋଡ୍ ହୋଇପାରେ ତେବେ ତୁରନ୍ତ ସାଇବର କ୍ରାଇମ ଫେଲ୍ପନାଇନ ନମ୍ୱର 1930କୁ କଲ କରି ଜଣାନ୍ତୁ।

Comments are closed.