ଭୁବନେଶ୍ଵର: ଗୃହ ଭିତରେ ମୁହାଁମୁହିଁ ଶାସକ ବିରୋଧି । ଚାଲି ପାରିଲାନି ଗୃହ କାର୍ଯ୍ୟ । ୧୨ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି । ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ନେଇ ସୂଚନା ମିଳିଛି । ତେବେ ପ୍ରଥମେ ମୋ କଲର୍ ଧରି ଜୟନାରାୟଣ ଆକ୍ରମଣ କରିଥିବା କହିଛନ୍ତି ତାରା । ଅନ୍ୟପଟେ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମାରୁ ଚାଲିପାରିଲାନି ଗୃହ । ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ।
କହିରଖୁଛୁ ଯେ, ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ବିରୋଧୀ ଦଳର ହଙ୍ଗାମା । ଏପଟେ ଜୟନାରାୟଣ ପ୍ରସଙ୍ଗ ଉଠାଇ ବିଜେଡିର ପ୍ରତିବାଦ କରିଥିବା ବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଛି କଂଗ୍ରେସ । ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳ ପ୍ରତିବାଦ କରିଛନ୍ତି । କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।
Comments are closed.