Latest Odisha News

BREAKING NEWS

କାଜୁ ବଗିଚାରେ ଫସିଛି ଦନ୍ତା, ଲୋକେ ଭୟଭୀତ

ଭୁବନେଶ୍ଵର: ରାଜଧାନୀରେ ପଶିଲା ହାତୀ । ହାତୀ ବୁଲୁଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ। ଭୁବନେଶ୍ବର ଏମ୍ସ ନିକଟ କାଜୁ ବଗିଚାରେ ଗତକାଲି ରାତିରୁ ଫସିଛି ଏକ ଦନ୍ତା ହାତୀ। ହାତୀଟିକୁ ଚନ୍ଦକା ଅଭୟାରଣ୍ୟ ଭିତରକୁ ନେବାକୁ ପ୍ରୟାସ କରୁଛି ବନ ବିଭାଗ । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ହାତୀଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ ।

ସୂଚନା ଅନୁସାରେ, ଏମ୍‌ସ ନିକଟରେ ଥିବା କାଜୁ ଜଙ୍ଗଲରେ ହାତୀ ପଶିଛି । ଆଜି ସକାଳୁ ଭୁବନେଶ୍ୱର ଏମ୍‌‌ସ ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ଥିବା କିଛି ଲୋକ ଦେଖିଥିଲେ। ଏ ସମ୍ପର୍କରେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଜୁ ବଗିଚା ଭିତରେ ଦନ୍ତାହାତୀ ଫସି ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ହାତୀଟିକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ହାତୀଠୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରିଥିଲେ। ତେବେ ସନ୍ଧ୍ୟାରେ ହାତୀଟି କାଜୁ ବଗିଚାରୁ ବାହାରିବା ପରେ ଚନ୍ଦକା ଅଭୟାରଣ୍ୟକୁ ନିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.