Latest Odisha News

BREAKING NEWS

ଏମ୍ସ ନିକଟରେ ବୁଲୁଛି ଦନ୍ତା, ହାତୀକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀରେ ହାତୀ ଉତ୍ପାତ। ଭୁବନେଶ୍ୱର ଏମ୍ସ ନିକଟ କାଜୁ ଜଙ୍ଗଲକୁ ପଳାଇ ଆସିଛି ଏକ ହାତୀ। ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ଡର ବଢ଼ିଛି। ଏବେ ହାତୀକୁ ଘଉଡ଼ାଇ ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଖୋର୍ଦ୍ଧା ଅଞ୍ଚଳରୁ ଏହି ଦନ୍ତା ହାତୀ ପଳାଇ ଆସିଥିବା ଜଣା ପଡ଼ିଛି। ଆବଶ୍ୟକ ହେଲେ ହାତୀକୁ ଟାଙ୍କୁଲାଇଜ୍ କରାଯାଇପାରେ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

ଏମ୍ସ ପାଖ କାଜୁ ଜଙ୍ଗଲର 500 ମିଟର ଅଞ୍ଚଳ ଭିତରେ ହାତୀ ବୁଲୁଥିବା ବନ ବିଭାଗ କହିଛି। ଯଦି ହାତୀ ଯେଉଁ ରାସ୍ତା ଦେଇ ଆସିଛି ସେହି ରାସ୍ତାରେ ପୁଣି ନଫେରେ ତେବେ ଟାଙ୍କୁଲାଇଜ୍ କରାଯାଇପାରେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହ କଥା ହେଉଛି। ଯେମିତି ହାତୀ ବିରକ୍ତ ନହୁଏ ସେନେଇ ଲୋକଙ୍କୁ ସଚେତନ କରାଯାଉଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ବର୍ତ୍ତମାନ ଖରା ସମୟ, ହାତୀ କେମିତି ପାଣି ପାଇ ପାରିବ ସେନେଇ ଚିନ୍ତା କରାଯାଉଛି।

କାଜୁ ଜଙ୍ଗଲଠାରୁ କିଛି ଦୂରରେ ଏମ୍ସ ରହିଛି । ଏହା ସହ କାଜୁ ଜଙ୍ଗଲ ମଧ୍ୟ ଖୁବ ଛୋଟ । ତେଣୁ ବେଶି ସମୟ ହାତୀ କାଜୁ ଜଙ୍ଗଲ ଭିତରେ ରହିନପାରେ। ଏଥିପାଇଁ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବା ପାଇଁ କାଜୁ ଜଙ୍ଗଲ ଚାରି ପାଖେ ଘେରି ରହିଛି ରାପିଡ୍ ରେସପନ୍ସ ଟିମ। ଡାକ ବାଜି ଯନ୍ତ୍ର ସାହଯ୍ୟରେ ଲୋକଙ୍କୁ ସତର୍କ ମଧ୍ୟ କରାଯାଉଛି।

Comments are closed.