Latest Odisha News

BREAKING NEWS

ଏତେ ବଡ ସଫଳତା…ଅଥଚ ହେଲାନି ବିଜୟ ଉତ୍ସବ, କଣ ରହିଛି କାରଣ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟାଇଟଲ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ଦଳ ଦୁବାଇରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଶ୍ଚର୍ଯ୍ୟ କଥା ଖେଳାଳିମାନେ ପଂହଚିବା ପରେ ଯେଉଁ ଢ଼ଙ୍ଗରେ ବିଜୟ ଉତ୍ସବ ପାଳନ କରାଯିବା କଥା ତାହା ହୋଇ ନ ଥିଲା । ଏହାର ପ୍ରକୃତ କାରଣ ନେଇ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ । ଟି୨୦ ବିଶ୍ୱକପ ଜିତିବା ପରେ ଭାରତରେ ଧୂମଧାମରେ ଏହି ବିଜୟ ଉତ୍ସବ ପାଳନ କରାଯାଇଥିଲା । ରିପୋର୍ଟ ମୁତାବକ ସୋମବାରଠାରୁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାର ସହ ସ୍ୱଦେଶ ଫେରି ଆସିଥିଲେ । କେତେକ ଖେଳାଳି ଏବେ ବି ଦୁବାଇରେ କିଛି ଦିନ ପାଇଁ ରହିଛନ୍ତି ।

ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି । ଏଥିଯୋଗୁ ଖେଳାଳିମାନଙ୍କୁ କିଛି ଦିନ ବିଶ୍ରାମ ମିଳିବ । ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବା ପରେ ସେମାନେ ନିଜ ନିଜ ଟିମ ସହିତ ଯୋଗଦେବେ ଏବଂ ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିବେ । କୋଚ ଗୌତମ ଗମ୍ଭୀର ଓ ହର୍ଷିତ ରାଣା ସିଧାସଳଖ ଦିଲ୍ଲୀରେ ପଂହଚିଥିଲେ । ମାର୍ଚ୍ଚ ୧୬ରେ ଶ୍ରେୟାଶ ଆୟାର ପଞ୍ଜାବ କିଙ୍ଗସ ଟିମ ସହିତ ଯୋଗ ଦେବେ । ବିରାଟ କୋହଲି ଓ ଅନୁଷ୍କା ଶର୍ମା ରବିବାର ରାତିରୁ ଦୁବାଇ ହୋଟେଲ ଛାଡି ଦେଇଥିଲେ ।

Comments are closed.