ପାରାଦୀପ: ପାରାଦୀପ ଲକ୍ ଥାନା କାଠଗଡ଼ା ନିକଟରେ ଅଘଟଣ। କାର୍ ସହ ଜଳିଗଲେ ଆରୋହୀ। ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର। କାଠଗଡ଼ା ନିକଟରେ ଜଳିଗଲା କାର୍।
ହଠାତ୍ କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ବେଳକୁ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଜଳି ଯାଇଥିଲେ ।
ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ହୋଣ୍ଡା i20 ବୋଲି ଜଣାପଡିଛି । କାରଟି କାହାର ଏବଂ କାରରେ ଥିବା ବ୍ୟକ୍ତି କିଏ ଓ ତାଙ୍କ ଘର କେଉଁଠି ସେ ସମ୍ପର୍କରେ ସଠିକ ତଥ୍ୟ ଜଣାପଡିନାହିଁ ।
Comments are closed.