Latest Odisha News

ଆସିଲା ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ, ଚିଲିକା ଡିଭିଜନ୍‌‌ରେ ରହିଛି ସର୍ବାଧିକ

ଭୁବନେଶ୍ୱର: ଆସିଲା ରାଜ୍ୟର ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ। ରାଜ୍ୟରେ ମୋଟ ୭୧୦ ଡଲଫିନ୍‌‌ ରହିଛି ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣଣା ରିପୋର୍ଟ ଅନୁଯାୟୀ, ଚିଲିକା ଡିଭିଜନ୍‌‌ରେ ସର୍ବାଧିକ ୧୭୪ଟି ଡଲ୍‌‌ଫିନ୍‌‌ ରହିଛି। ଏହାପରେ ବ୍ରହ୍ମପୁର ଡିଭିଜନ୍‌‌ରେ ୧୩ ଡଲଫିନ୍‌‌ ରହିଛନ୍ତି। ପୁରୀ ଏବଂ ବାଲେଶ୍ୱର ଡିଭିଜନ୍‌‌ରେ ୭ଟି ଲେଖାଏଁ ଡଲଫିନ୍‌‌ ରହିଥିବାବେଳେ ଭଦ୍ରକ ଡିଭିଜନ୍‌‌ରେ ୪ଟି ଡଲଫିନ୍‌‌ ଅଛନ୍ତି। ଏହାସହିତ ରାଜ୍ୟର ବିଭନ୍ନ ସ୍ଥାନରେ ଡଲଫିନ୍‌‌ ଗଣନା କରାଯାଇଥିବା ନେଇ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.