Latest Odisha News

ଗୃହ ବୟକଟ୍ କରିଥିବା କଂଗ୍ରେସ ସଦସ୍ୟଙ୍କୁ ବୁଝାସୁଝା କରୁଛି ଶାସକ ଦଳ

ଭୁବନେଶ୍ଵର: ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ଚାଲିଥିବାବେଳେ ଗୃହ ବର୍ଜନ କରି ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ।

ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ନ ହଟିବା ଯାଏଁ ସେମାନେ ବିଧାନସଭା ଯିବାକୁ ବୟକଟ୍‌‌ କରିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ପବିତ୍ର ଗୃହରେ ମାଆ ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ । ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା । ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲିନାହିଁ ଶାଳୀନତା ।

ଗୃହ ବୟକଟ କରି ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ବୁଝାସୁଝା କରୁଛନ୍ତି ଶାସକ ଦଳ । ଗୃହକୁ ଫେରାଇ ଆଣିବାକୁ ଶାସକ ଦଳର ଚାଲିଛି ଉଦ୍ୟମ । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଅଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ତାରା ବାହିନୀପତିଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ତାରାଙ୍କୁ ଭେଟି ଧନ୍ୟବାଦ ଜଣାଇଲେ । ଆଜି ଏସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

Leave A Reply

Your email address will not be published.