Latest Odisha News

BREAKING NEWS

ବିଚ୍ ରାସ୍ତାରେ ହାଇଡ୍ରାମା, ଗିରଫ କରିବାକୁ ଆସି ନାକେଦମ ହେଲା ଛତିଶଗଡ଼ ପୋଲିସ

ବରଗଡ଼: ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ଓଡି଼ଶାରେ ନାକେଦମ ହେଲା ଛତିଶଗଡ଼ ପୋଲିସ। ବିଚ୍ ରାସ୍ତାରେ ଚାଲିଲା ହାଇଡ୍ରାମା। ବରଗଡ଼ ସହରରେ ହଟ୍ଟହଟ୍ଟା ହେଲା ଛତିଶଗଡ଼ ପୋଲିସ। ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ହେଲା ନାକେଦମ। ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା। ରୂପେଶଙ୍କୁ ଗିରଫ କରି ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲା।

ତେଣୁ ଦୁଇ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା। ସୂଚନା ଅନୁସାରେ ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ରୂପେଶଙ୍କୁ ନାଁରେ ଥିଲା ୱାରେଣ୍ଟ। ରୂପେଶଙ୍କ ପରିବାରଲୋକଙ୍କ କହିବା ଅନୁସାରେ, ପୁଅକୁ ଗିରଫ କରିବାକୁ ଆସିଥିବା ପୋଲିସ୍ ଅଧିକାରୀ ସେମାନଙ୍କୁ ଠେଲାପେଲା କରିଥିଲେ। ୩ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ସାଧା ପୋଷାକରେ ଥିବା ବେଳେ ଜଣେ ପୋଲିସ ପୋଷାକରେ ଥିଲେ।

ଅନ୍ୟପଟେ ସିଭିଲ୍ ଲାଇନ୍ ଥାନା ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, ୱାରେଣ୍ଟ ଥିବାରୁ ସେମାନେ ରୂପେଶଙ୍କୁ ଗିରଫ୍ କରିବାକୁ ଆସିଥିଲେ। ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧସ୍ତାଧସ୍ତି କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.