Latest Odisha News

BREAKING NEWS

କଟକରେ ବିଦ୍ୟୁତ ଆଘାତ ଦେଇ କୁକୁରକୁ ହତ୍ଯା

କଟକ: କଟକରେ ଚାଞ୍ଚଲ୍ୟକର ଘଟଣା। ସହରର ଜଣେ ବାସିନ୍ଦାଙ୍କ ଦ୍ୱାରା ନିର୍ମିତ ବିଦ୍ୟୁତ୍ ବାଡ଼ ସଂସ୍ପର୍ଶରେ ଆସି ଏକ ବୁଲା କୁକୁରର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସହରର ବାଦାମବାଡି ଥାନା ଅଧୀନ ଶଙ୍କରପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଉକ୍ତ ବ୍ଯକ୍ତି ଜଣକ ତାଙ୍କ ଘର ପାଖରେ କୁକୁରର ଉପସ୍ଥିତିକୁ ବିରକ୍ତିକର ମନେ କରିଥିଲେ। ଯାହାପରେ ସେ ଘର ବାହାର ବାଡ଼ରେ ବିଦ୍ୟୁତ୍ ସଂଯୋଗ କରିଦେଇଥିଲେ। ଆଉ ଏହି ବିଜୁଳି ତାର ସଂସ୍ପର୍ଶରେ ଆସି କୁକୁରଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏହି ଘଟଣା ପରେ ଶକ୍ତି ବିଭାଗ ପକ୍ଷରୁ ଉକ୍ତ ଘରୁ ବିଦ୍ୟୁତ ସଂଯୋଗ କଟାଯାଇଛି।

 

Comments are closed.