ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵର ଏବଂ ଜୟପୁରରେ ଚାଲିଛି ସତସଙ୍ଗ ଓ ସାରଥୀଙ୍କ ପୂଜା। ସେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋ ରଖି ପୂଜା କରିଥିବା ଦେଖାଯାଇଛି ।
ଭୁବନେଶ୍ଵର କାର୍ଗିଲ ବସ୍ତିରେ ଦୋଳପୂର୍ଣ୍ଣିମା ଅବସରରେ ସାରଥୀଙ୍କ ପାଇଁ ସ୍ଵତନ୍ତ୍ର ଉତ୍ସବ ଆୟୋଜନ ହୋଇଛି । ଭକ୍ତମାନେ ସତସଙ୍ଗ ଆୟୋଜନ କରି ସାରଥୀ ଗାଇଥିବା ଭଜନର ତାଳେ ତାଳେ ଦୋଳ ଉତ୍ସବ ପାଳନ କରୁଛନ୍ତି । ଏଥିସହ ସାରଥୀଙ୍କୁ ଭଗବାନ ଦର୍ଶାଇ ତାଙ୍କ ଫଟୋ ରଖି ଭଜନ କୀର୍ତ୍ତନ ଚଳାଇଛନ୍ତି । ସେହିପରି କୋରାପୁଟର ଜୟପୁର ନିକଟସ୍ଥ ଫାମ୍ପୁଣିରେ ବି କିଛି ସାରଥୀ ଭକ୍ତ ଭଜନ, କୀର୍ତ୍ତନ କରିଛନ୍ତି । ଏପରିକି ସାରଥିଙ୍କ ଫଟୋ ପାଖରେ ଏକ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଛନ୍ତି ଭଣ୍ଡ ବାବାଙ୍କ ଭଣ୍ଡ ଭକ୍ତ। କେବଳ ସେତିକି ନୁହେଁ ଜଗନ୍ନାଥ ଓ ସାରଥୀ ଏକ ବୋଲି କହିଛନ୍ତି ସାରଥୀଙ୍କ ଭକ୍ତ ।
ଅନ୍ୟପଟେ ଜୟପୁର ନିକଟ ଫାମ୍ପୁଣିରେ ବି ଭଜନ, କୀର୍ତ୍ତନ କରିଛନ୍ତି ସାରଥିଙ୍କ ଅନୁଗାମୀ । ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଛନ୍ତି । କିନ୍ତୁ ସବୁଠୁ ବଡ କଥା ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ । ଏପରିକି ସାରଥି ଓ ଜଗନ୍ନାଥ ଏକ ଏବଂ ଅଭିନ୍ନ ବୋଲି କହିଛନ୍ତି ଜୟପୁର ଅନୁଗାମୀ । ସେପଟେ ସାରଥି ଅନୁଗାମୀଙ୍କ ଏଭଳି ଉକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।