Latest Odisha News

BREAKING NEWS

ଦୋଳ ବିମାନ ଯିବା ସମୟରେ ଗୋଷ୍ଠୀ ସଂଘର୍ଷ, ମାରଣାସ୍ତ୍ରରେ ଆକ୍ରମଣ

କଟକ: ରଙ୍ଗର ପର୍ବ ହୋଲି ପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କଟକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଛି। ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି।

ଦୋଳ ବିମାନ ଯିବା ସମୟରେ ଢେଲା ପଥର ମାଡରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଢେଲାପଥର ମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ ହୋଇଥିବାରୁ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଛନ୍ତି।

ତେବେ ସୀମା ବିବାଦକୁ ନେଇ ଏଭଳି ଉତ୍ତେଜନା ହୋଇଥିବା ଜଣାପଡିଛି। କଟକ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବାକୁ ସେଠାରେ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଛ ।

Comments are closed.