Latest Odisha News

BREAKING NEWS

କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ହେଲେ ମାର୍କ କାର୍ନି 

ଓଟାୱା: କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାର୍କ କାର୍ନି। ଆମେରିକା ସହିତ ସମ୍ପର୍କ ଖରାପ ହେଉଥିବା ବେଳେ ସେ କାନାଡାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୫ ମସିହାରୁ କାନାଡାର ପ୍ରଧାନମନ୍ତ୍ରୀ ଥିବା ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍କ କାର୍ଣ୍ଣିଂ ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମିତ, ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ଏହା ପରେ, ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୯୫ ମସିହାରେ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। ୨୦୦୮ ମସିହାରେ ତାଙ୍କୁ ବ୍ୟାଙ୍କ ଅଫ୍ କାନାଡାର ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୦ ମସିହାରେ, ବିଶ୍ୱ ପ୍ରସିଦ୍ଧ ପତ୍ରିକା TIME ତାଙ୍କୁ ବିଶ୍ୱର ୨୫ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଥିଲା। ଏହା ବ୍ୟତୀତ, ୨୦୧୨ ମସିହାରେ ୟୁରୋମନି ପତ୍ରିକା ତାଙ୍କୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଫ୍ ଦି ଇୟର’ ଘୋଷଣା କରିଥିଲା।

 

Comments are closed.