Latest Odisha News

ଆଜି ବିରୁଷ୍କାଙ୍କ ମ୍ୟାରେଜ୍ ଆନିଭର୍ସରୀ; ସୋସିଆଲ୍ ମିଡ଼ିଆରେ ସେୟାର୍ କଲେ ଫଟୋ !

ମୁମ୍ବାଇ: ଷ୍ଟାର୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଦୁଇବର୍ଷ ତଳେ ଆଜିର ଦିନ (୧୧ ଡିସେମ୍ବର)ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଉଭୟ ଭଲ ଯୋଡି ଭାବେ ଯୁବ ପିଢ଼ି ନିକଟରେ ବେଶ୍ ଆଦୃତ । ସେମାନଙ୍କୁ ବିରୁଷ୍କା (ବିରାଟ+ଅନୁଷ୍କା) ମଧ୍ୟ କୁହାଯାଏ ।
ସୋସିଆଲ ମିଡ଼ିଆରେ ଅନୁଷ୍କା ବିବାହ ସମୟର ଫଟୋ ଶେୟାର କରିବା ସହ ଲେଖିଛନ୍ତି “ପ୍ରେମ ଏକ ଭାବନା ନୁହେଁ..ଏହାଠାରୁ ବହୁତ କିଛି । ଜଣେ ଭଲ ଜୀବନ ସାଥୀ ମିଳିଲେ ସେ ତୁମ ପାଇଁ ମାର୍ଗଦର୍ଶକ, ପ୍ରେରଣା ଓ ପୂର୍ଣ୍ଣ ସତ୍ୟ ପାଲଟି ଯାଇଥାନ୍ତି । ମୁଁ ଭଗବାନଙ୍କ ନିକଟରେ ବହୁତ ଖୁସି ଯେ, ଏହି ଭଳି ଜୀବନ ସାଥୀ ପାଇଛି” ।

ସେହିପରି ବିରାଟ ଲେଖିଛନ୍ତି “କେବଳ ପ୍ରେମ..ପ୍ରେମ ଆଉ କିଛି ନୁହେଁ । ଯାହା ସହିତ ରହିଲେ ସବୁ ସମୟରେ ପ୍ରେମ ରୂପକ ଭଗବାନ ମିଳିଥାନ୍ତି ତାହା ଠାରୁ ବଡ ଆଉ କିଛି ନାହିଁ । ମୁଁ ବହୁତ ଖୁସି ବୋଲି ସେ ସୋସିଆଲ ମିଡ଼ିଆରେ ଭାବନା ବ୍ୟକ୍ତ କରିଛନ୍ତି ।

ସୌଜନ୍ୟ: ଏଏନଆଇ

Leave A Reply

Your email address will not be published.