Latest Odisha News

BREAKING NEWS

ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି: କେରଳ ହାଇକୋର୍ଟ

ଥିରୁବନନ୍ତପୁରମ: ବିବାହିତ ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେରଳ ହାଇକୋର୍ଟ। ଏଣିକି ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି। ସରୋଗେସି (ନିୟନ୍ତ୍ରଣ) ଆଇନ, ୨୦୨୧ ଅନୁଯାୟୀ ମହିଳାଙ୍କୁ ଏହି ଅନୁମତି ଦିଆଯାଇଛି। ମହିଳାଙ୍କ ଅଧିକାର ଏବଂ ମାତୃତ୍ୱ ଇଚ୍ଛାକୁ ସୁରକ୍ଷା ଦେବା ଦିଗରେ ଏହା କେରଳ ହାଇକୋର୍ଟଙ୍କ ବଡ଼ ପଦକ୍ଷେପ।

ବିବାହିତ ମହିଳାମାନେ ମା’ ହେବାର ଇଚ୍ଛା ପୂରଣ କରିପାରିବେ। ୫୧ ବର୍ଷ ବୟସରେ ପହଞ୍ଚିଥିବା ମହିଳା ସରୋଗେସି (ନିୟନ୍ତ୍ରଣ) ଆଇନ, ୨୦୨୧ ଅନୁଯାୟୀ ସରୋଗେସି ବାଛିପାରିବେ। ମୁଖ୍ୟ ବିଚାରପତି ଏସ୍‌ ମନୁଙ୍କ ଏକ ଖଣ୍ଡପୀଠ ଶୁକ୍ରବାର ଏକକ ଖଣ୍ଡପୀଠର ଆଦେଶକୁ ଖାରଜ କରି ଜଣେ ୫୧ ବର୍ଷୀୟ ବିବାହିତ ମହିଳାଙ୍କୁ ମାତୃତ୍ୱର ଇଚ୍ଛା ପୂରଣ କରିବାକୁ ଅନୁମତି ଦେଇଛନ୍ତି। ମହିଳାଙ୍କ ଅଧିକାର ଏବଂ ମାତୃତ୍ୱର ଇଚ୍ଛାକୁ ସୁରକ୍ଷା ଦେବା ଦିଗରେ କେରଳ ହାଇକୋର୍ଟଙ୍କର ଏହି ନିଷ୍ପତ୍ତି ଏକ ବଡ଼ ପଦକ୍ଷେପ ।

ହାଇକୋର୍ଟ କହିଛନ୍ତି ଯେ, ଆଇନରେ ସରୋଗେସି ପାଇଁ ବୟସ ସୀମା ୨୩ ରୁ ୫୦ ବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ କରାଯାଇଛି। ଏଥିରେ ୫୧ ବର୍ଷ ବୟସର ମହିଳା ମଧ୍ୟ ଅନ୍ତର୍ଭୁକ୍ତ। କେରଳ ରାଜ୍ୟ ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା ଏବଂ ସରୋଗେସି ବୋର୍ଡ ପୂର୍ବରୁ ମହିଳାଙ୍କୁ ସରୋଗେସି ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା। ବୋର୍ଡ କହିଛି ଯେ ଆଇନ ଅନୁଯାୟୀ, ସରୋଗେସି ବାଛିବାକୁ ଚାହୁଁଥିବା ବିବାହିତ ମହିଳାଙ୍କ ବୟସ ପ୍ରମାଣପତ୍ର ପ୍ରଦାନ ତାରିଖରେ ୨୩ ରୁ ୫୦ ବର୍ଷ ମଧ୍ୟରେ ହେବା ଉଚିତ୍। ଏହା ପରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.