ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ ଦି ରୁଲ ଭାରତ ସମେତ ବିଦେଶରେ ସୁପରହିଟ ସାବ୍ୟସ୍ତ ହୋଇଛି । ଏହା ୨୦୨୧ରେ ରିଲିଜ ହୋଇଥିବା ପୁଷ୍ପା: ଦି ରାଇଜର ସୀକ୍ୱେଲ ଥିଲା । ଏବେ ଦର୍ଶକ ଏହାର ତୃତୀୟ ଭାଗକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରବିନହୁଡ ଫିଲ୍ମର ପ୍ରମୋଶନାଲ ଇଭେଂଟ ଅବସରରେ ନିର୍ମାତା ରବିଶଙ୍କର ପୁଷ୍ପା ୩ କେବେ ରିଲିଜ ହେବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁଷ୍ପା ୩ ଯେତେଦୂର ସମ୍ଭବ ୨୦୨୮ରେ ରିଲିଜ ହେବ । ପୁଷ୍ପା ୨ ଭାରତ ଏବଂ ବାହାରେ ୧୬୫୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।
ଦଙ୍ଗଲ ଓ ବାହୂବଳୀ ୨ ଫିଲ୍ମ ପରେ ଏହା ଭାରତର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଛି । ଅଲ୍ଲୁ ଅର୍ଜୁନ ନିର୍ଦ୍ଦେଶକ ସୁକୁମାର ରାମଚରଣଙ୍କ ସହ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ଶେଷ କରିବା ପରେ ପୁଷ୍ପା ୩ରେ ମନୋନିବେଶ କରିବେ । ପୁଷ୍ପାର ତୃତୀୟ ଭାଗ ପୁଷ୍ପା ୨: ଦି ରୁଲର ଶେଷ ଭାଗରେ ଜାରୀ କରାଯାଇଥିଲା । ଏଥିରେ ରଶ୍ମିମା ମାନ୍ଧାନା, ଫହଦ ଫାସିଲ ଓ ଜଗପତି ବାବୁଙ୍କ ପରି କଳାକାର ଅଭିନୟ କରିଥିଲେ । ଫିଲ୍ମକୁ ମୈଥ୍ରୀ ମୁଭି ମେକର୍ସ ପକ୍ଷରୁ ନିର୍ମାଣ କରାଯାଇଥିଲା ।
Comments are closed.