Latest Odisha News

BREAKING NEWS

ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ସର୍ତ୍ତ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ।

ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ ଅନୀଲ ବିଭିନ୍ନ ସଂସ୍ଥା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟି ଚାଲିଥିଲେ। ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଜ୍ୱାଇଁ ବୋଲି ପରିଚୟ ଦେଇ ମଧ୍ୟ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା। ଯାହାକୁ ଆଧାର କରି ଆୟକର ବିଭାଗ ହଂସିତାଙ୍କର ବିଭିନ୍ନ ଠିକଣାରେ ରେଡ୍ କରିଥିଲା। ତେବେ ହାଇକୋର୍ଟ ମୂଳ ଠକେଇ ମାମଲାରେ ଜାମିନ୍ ମଞ୍ଜୁର କରିଛନ୍ତି।

Comments are closed.